ଉତ୍ତରାଖଣ୍ଡ ୧୯।୦୭: ବୁଧବାର ଉତ୍ତରାଖଣ୍ଡର ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନାମାମି ଗଙ୍ଗେର ସିବୀର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିକଟରେ କରେଣ୍ଟ ଝଟକ ଲାଗିଛି। ଏହି ବିଦ୍ୟୁତ ସଂଯୋଗରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ପୋଲିସ୍ ସମେତ ୨୦ରୁ ଅଧିକ ଲୋକ ଘଟଣାର ଶିକାର ହୋଇଛନ୍ତି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ରାଜ୍ୟ ବିପର୍ଯ୍ୟୟ ଅପରେସନ୍ କେନ୍ଦ୍ର ଅନୁଯାୟୀ, ଘଟଣା ସମୟରେ ପ୍ରାୟ ୨୪ ଜଣ ଲୋକ ଉପସ୍ଥିତ ଥିଲେ। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
ଟ୍ରିଟମେଣ୍ଟ ପ୍ଲାଣ୍ଟରେ କାମ କରୁଥିବା ଯୁବକଙ୍କର ରାତିରେ ମୃତ୍ୟୁ ହୋଇଥିବା ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ସକାଳେ ପହଞ୍ଚିଥିଲା। ତେଣୁ ଏହି ସମୟ ମଧ୍ୟରେ ମୃତକଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ, କରେଣ୍ଟ ସେଠାରେ କେମିତି ବ୍ୟାପିଗଲା ଏବଂ ଉପସ୍ଥିତ ଲୋକମାନେ ଏହାର ସଂସ୍ପର୍ଶରେ କିପରି ଆସିଲେ ତାହାର ତଦନ୍ତ ଚାଲିଛି ।
wp:html/wp:htmlUttarakhand | 10 people died and several injured after a transformer exploded on the banks of the Alaknanda River in the Chamoli district. Injured have been admitted to the district hospital: SP Chamoli Parmendra Doval
— ANI (@ANI) July 19, 2023
ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ଜଳି ଯାଇଥିବା ତିନିଜଣଙ୍କ ଅବସ୍ଥା ଏବେ ବି ଗୁରୁତର ଅଛି ବୋଲି କୁହାଯାଇଛି। ସେଥିରେ ସୁରକ୍ଷାକର୍ମୀ ମଧ୍ୟ ସାମିଲ୍ ଅଛନ୍ତି । ନାମାମି ଗଙ୍ଗେ ପ୍ରୋଜେକ୍ଟରେ ବ୍ୟାପିଥିବା ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ମୃତ୍ୟୁ ସଂଖ୍ୟା ୧୫ ରେ ପହଞ୍ଚିଛି ବୋଲି ଡିଜି ରିଦ୍ଧିମ ଅଗ୍ରୱାଲ ନିଶ୍ଚିତ କରିଛନ୍ତି।
wp:embed {"url":"https://www.prameyanews7.com/terrorist-mission-fail-at-kupewara-machil-sector-by-army/","type":"wp-embed","providerNameSlug":"prameya-news-7"} /wp:embed