ପୋଲରୁ ଖସିଲା ଅତଡା, ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ

Published By : Prameya-News7 Bureau | August 09, 2022 IST

ନୀଳଗିରି ୯।୮: ପୋଲରୁ ଖସିଲା ଅତଡ଼ା । ସୃଷ୍ଟି ହେଲା ବିରାଟକାୟ ଗର୍ତ୍ତ । ଏଭଳି ଘଟଣା ରାଜ୍ୟପଥ ଉଦଳା ରାସ୍ତା ଟାଙ୍ଗଣାଠାରେ ଦେଖାଦେଇଛି । ସେରଗଡ଼ ଉଦଳା ରାଜ୍ୟ ରାଜପଥ ଟାଙ୍ଗଣା ନିକଟରେ ଏକ ନୂତନ ବ୍ରିଜ୍ ନିର୍ମାଣ ହେଉଛି । ହେଲେ ଦୀର୍ଘ ବର୍ଷ ଧରି ଏହା ସମ୍ପୂର୍ଣ୍ଣ ହୋଇପାରୁନି । ଫଳ ସ୍ବରୂପ ଏତେ ବଡ଼ ଧରଣର ବିପଦକୁ ଆମନ୍ତ୍ରଣ କରିଛି ପୂର୍ତ୍ତ ବିଭାଗ ।

ମୁଖ୍ୟରାସ୍ତାରେ ଥିବା ପୁରାତନ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପୋଲରୁ ଅତଡା ଖସିବା ସହ ବିରାଟକାୟ ଗର୍ତ୍ତ ହୋଇଯାଇଛି । ଏଭଳି ଘଟଣା ଘଟିବା ପରେ ଯାନବାହନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି। ଅନ୍ୟଥା ପୋଲ ଭୁଶୁଡିଲେ ବଡ଼ ଧରଣର ବିପଦ ଘଟିବା ସହିତ ସୀମାନ୍ତ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ । ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇ ପ୍ରତିକାରମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.