Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ସୋସିଆଲ୍ ମିଡିଆରେ ବିଗ୍ ଫାଇଟ୍ : ଭିଡିଓ ରିଲିଜ୍ ଓ ଦୃଢ଼ ଜବାବ ଭିତରେ ଜମୁଛି ବୟାନବାଜି

16/06/2019 at 8:05 AM

ଲଣ୍ଡନ ୧୬/୬: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ସାମ୍ନାସାମ୍ନି ହେବା ପୂର୍ବରୁ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରରେ ଚର୍ଚ୍ଚା ଓ ମୁକାବିଲା ଦେଖିବାକୁ ମିଳିଛି । ଗୋଟିଏ ପଟେ ପାକିସ୍ତାନ ପଟୁ ପ୍ରଥମେ ଭାରତୀୟ ବାୟୁସେନା କମାଣ୍ଡରଙ୍କୁ ସମାଲୋଚନା କରି ଭିଡିଓ ରିଲିଜ୍ କରାଯିବା ପରେ ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦେଇ ଆଉ କେତେକ ଭିଡିଓ ରିଲିଜ୍ କରାଯାଇଛି । ତେବେ ଏହି ମୁକାବିଲାକୁ ନେଇ ଉତ୍କଣ୍ଠା ବଢ଼ି ଚାଲିଥିବା ବେଳେ ବର୍ଷା ମ୍ୟାଚ୍ ପାଇଁ ସବୁଠୁ ବଡ଼ ବିପଦ ଭାବେ ଦେଖାଦେଇଛି । ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା।…

ସୋସିଆଲ ମିଡିଆରେ ଭାରତ-ପାକିସ୍ତାନ ୱାର୍ ।ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନର ଜାଜ୍ ଟିଭି ଚ୍ୟାନେଲ ଏକ ଭିଡିଓ ରିଲିଜ୍ କରିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟ୍ ପ୍ରେମୀ ।ପୁଣି ଭାରତ-ପାକିସ୍ତାନ୍ ମ୍ୟାଚ୍ ଜୁନ୍ ୧୬ରେ ହେଉଥିବା ବେଳେ ଏହିଦିନ ହେଉଛି ଫାଦର୍ସ ଡେ’ । ତେଣୁ ମ୍ୟାଚ୍ରେ କିଏ କାହାର ବାପ୍ ବନିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ।ମ୍ୟାଚ୍କୁ ନେଇ ଭି ସେଭେନ୍ ପିକଚର୍ସ ପକ୍ଷରୁ ରିଲିଜ୍ ହୋଇଛି ଏହି ଭିଡ଼ିଓ ।….

ବିଶ୍ବକପ୍ରେ ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଦୁଇ ଦେଶର କ୍ରିକେଟ ପ୍ରେମୀ ନୁହଁନ୍ତି ବରଂ ବିଶ୍ବର କୋଣ ଅନୁକୋଣରେ ଥିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ବଡ଼ ଆକର୍ଷଣ । ପାକିସ୍ତାନ ଟିମ୍କୁ ଟିଜ୍ କରିବା ଭଳି ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।

ଚଳିତ ବିଶ୍ବକପ୍ରେ ବର୍ଷା ଯୋଗୁଁ ୪ଟି ମ୍ୟାଚ୍ ସଂପୂର୍ଣ୍ଣ ଧୋଇଯାଇଛି । ରବିବାର ମାଞ୍ଚେଷ୍ଟରରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ରେ ମଧ୍ୟ ବର୍ଷା ପାଲଟିଛି ବଡ଼ ବିପଦ ।ଏହାକୁ ନେଇ ଟ୍ବିଟର୍ରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ କ୍ରିକେଟ୍ ପ୍ରେମୀ ଆୟୋଜକ ଇଂଲଣ୍ଡ କ୍ରିକେଟ ବୋର୍ଡ ଏବଂ ଆଇସିସିର କଡ଼ା ସମାଲୋଚନା କରିଛନ୍ତି ।…ଟସ୍ ପରେ ଦୁଇ କ୍ୟାପଟେନ୍ ବିରାଟ କୋହଲି ଓ ସର୍ଫରାଜ ଅହମ୍ମଦ ଫିଲ୍ଡରେ ପହଁରୁଥିବା ଫଟୋ ଭାଇରାଲ ହୋଇଛି ।ଅନ୍ୟ ଏକ ପୋଷ୍ଟରେ ଦୁଇ ଟିମ୍ ଭିତରେ ଅଣ୍ଡର ୱାଟର୍ କ୍ରିକେଟ୍ ଚାଲିଥିବା ଦେଖିବାକୁ ମିଳିଛି ।ବର୍ଷା ହେବାକୁ ନେଇ ଫ୍ୟାନ୍ ମାନେ କେତେ ଦୁଃଖୀ ତାହା ମଧ୍ୟ ବିଭିନ୍ନ ପୋଷ୍ଟରେ ଦେଖିବାକୁ ମିଳିଛି ।ତେବେ ଭାରତ ବିପକ୍ଷରେ ଏ ପର୍ଯ୍ୟନ୍ତ ବିଶ୍ବକପ୍ ମ୍ୟାଚ୍ ଜିତିପାରିନଥିବା ପାକିସ୍ତାନ ଟିମ୍କୁ ସମାଲୋଚନା କରି ବେଶ୍ କେତେ ଗୁଡ଼ିଏ ପୋଷ୍ଟ ଦେଖିବାକୁ ମିଳୁଛି ।…

   Related Posts