କିଏ ହାତେଇବ ଭୁବନେଶ୍ୱର ଲୋକସଭା ଆସନ ? ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଜୋରଦାର

Published By : Prameya-News7 Bureau | April 14, 2024 IST

ଭୁବନେଶ୍ୱର ୧୪।୦୪ : ଭୁବନେଶ୍ବର ଲୋକସଭା ଆସନରେ ବିଗ ଫାଇଟ୍ । କିଏ ଦଖଲ କରିବ ଭୁବନେଶ୍ବର ଲୋକସଭା ଆସନ । ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ଯୁବନେତା ୟାସିର ନୱାଜ୍ ଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଛି।

ଗତ ନିର୍ବାଚନରେ କଂଗ୍ରେସ ଏଠାରେ ପ୍ରାର୍ଥୀ ନଦେଇ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ସମର୍ଥନ ଜଣାଇଥିଲା। ୧୦ ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ଦେଇଥିବାରୁ ଏଥର ଜୋର୍ ଦାର୍ ଲଢ଼େଇ ହେବ ବୋଲି କୁହାଯାଉଛି। ୨୦୨୦ ମସିହାରୁ ୟାସିର୍ ଛାତ୍ର କଂଗ୍ରେସର ସଭାପତି ରହିଛନ୍ତି। ୨୦୧୯ ମସିହାରେ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା। କଂଗ୍ରେସ ସମର୍ଥିତ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ମାତ୍ର ୨୩ ହଜାର ୨୬ ଖଣ୍ଡ ଭୋଟ୍ ପାଇଥିଲେ । ୧୦ ବର୍ଷ ପରେ କଂଗ୍ରେସ ପ୍ରାର୍ଥୀ ଦେଇଥିବାରୁ ଏଥର ଜୋର୍ ଦାର୍ ଲଢ଼େଇ ହେବ ବୋଲି କୁହାଯାଉଛି। ଅପରାଜିତାସାଂସଦ ଭାବରେ ତାଙ୍କ ୫ ବର୍ଷର କାମକୁ ଆୟୁଧ କରି ନିର୍ବାଚନ ଲଢୁଛନ୍ତି । ବିଜେଡି କଂଗ୍ରେସର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ପ୍ରାର୍ଥୀ କରିଛି । ଆଉ ଏମାନଙ୍କ ସହ ଲଢିବା ପାଇଁ ଛାତ୍ରକଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କ ନାମ ଘୋଷଣା କରିଛି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.