ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବ୍ୟାନ୍ ପରେ ବି ବିହାରରେ ମାତିଲା ପିଏଫଆଇ, ୬ଜଣକୁ ହେପାଜତକୁ ନେଇ ଏନଆଇଏର ପଚରାଉଚରା  

8/02/2023 at 9:10 AM

ପଟଣା: ପିପୁଲ୍‌ସ ଫର୍ ଇଣ୍ଡିଆ ସଂଗଠନରେ ଖୁଲମଖୁଲା ପ୍ରଚାର। ବିହାର ମୋତିହାରି ଓ ମୁର୍ଜାଫରପୁରରେ ଯୁବକଙ୍କୁ ଭର୍ତ୍ତି । ପିଏଫଆଇ ସଂଗଠନ ନେପାଳ ସୀମାନ୍ତ ବିହାରରେ ରାଲି ବାହାର କରିବା ସହିତ ଯୁବକଙ୍କୁ ସାମିଲ ପାଇଁ ଖୋଲାଖୋଲି ଆହ୍ବାନ ଦେଉଛି । ଏନେଇ ଜାତୀୟ ଯାଞ୍ଚ ଏଜେନ୍ସି ମୁର୍ଜାଫରପୁର ବରୁରାଜ ଥାନାରେ ଏଫଆଇଆର୍ ଦାଖଲ କରି ବଡ଼ ଖୁଲାସା କରିଛି । ଘଟଣାରେ ପିଏଫଆଇରେ ସାମିଲ ଥିବା ୬ଜଣଙ୍କୁ ଏନଆଇଏ ହେପାଜତକୁ ନେଇ ପଚରାଉଚରା କରିଛି ।

୨୦୨୨ ସେପ୍ଟେମ୍ବର ମାସରେ ଦେଶରେ ପିଏଫଆଇକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ହେଲେ ବିହାରର ସୀମାନ୍ତ ଅଞ୍ଚଳରେ ପିଏଫଆଇର ଗତିବିଧି ଦେଖିବାକୁ ମିଳିଛି । ମୁର୍ଜାଫରପୁର ଜିଲ୍ଲା ବରୁରାଜ ଥାନା ପରସୌନିନାଥ ଅଞ୍ଚଳରେ ସଂଗଠନରେ ଭର୍ତ୍ତି ପାଇଁ ଅକ୍ଟୋବର ମାସରେ ରାଲି ବାହାରିଥିଲା। ଏନେଇ ବରୁରାଜ ଥାନାରେ ମାମଲା ରୁଜୁ ହେବା ପରେ ଏସଏସପି ରାକେଶ କୁମାର ଛାନଭିନ୍ ଆରମ୍ଭ କରିଥିଲେ ।

ପରସୌନିନାଥ ଗାଁରେ ପିଏଫଆଇ ସଂଗଠନରେ ଭର୍ତ୍ତି ପାଇଁ ରାଲି ଆୟୋଜନକୁ ନେଇ ଏନଆଇଏ ଯାଞ୍ଚ ଆଧିକାରୀ ବିକାଶ କୁମାର ଏଫଆଇଆର୍ ଦାଖଲ କରିଥିଲେ । ପୂର୍ବ ଚମ୍ପାରଣର ହରିପୁର କିସୁନି ଗାଁର ମହମ୍ମଦ ବିଲାଲ୍ ଓରଫ ଇରାଶାଦ, କୁଆଁଓ୍ବା ଗାଁର ରିୟାଜ୍ ମାରୁଫ୍, ମୋଗଲପୁର ୟାକୁବ୍ ଖାନ୍,  ମହମ୍ମଦ ଅଫରଜ୍ ଏବଂ ପରସୌନିନାଥ ଗାଁର ମହମ୍ମଦ କାଦିର ଏହି ରାଲି ଆୟୋଜନ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ପିଏଫଆଇ ଟ୍ରେନର ବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ୟାକୁବକୁ ଗିରଫ କରିବାକୁ ଏନଆଇଏ ଟିମ୍ ବିଭିନ୍ନ ସ୍ଥାନରେ ଛାପାମାରି କରିଛି । ସ୍ଥାନୀୟ ଅଞ୍ଚଳ ୬ଜଣଙ୍କୁ ଯାଞ୍ଚ ଏଜେନ୍ସି ହେପାଜତକୁ ନେଇ ପଚରାଉଚରା କରୁଛି । ଏହି ଯାଞ୍ଚ ପ୍ରକ୍ରିୟା ଏନଆଇଏ ଟିମ୍ ସହିତ ବିହାର ଏଟିଏସର ବିଶେଷ ଟିମ୍ ସାମିଲ ହୋଇଛି । ମୋତିହାରିରେ ସ୍ବତନ୍ତ୍ର ଟିମ୍ ୩ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିବା ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ଏନଆଇଏ ଟିମ୍ ।

   Related Posts