ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସତ୍ୟେନ୍ଦ୍ର ଜୈନଙ୍କ ମସାଜ ମାମଲା: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କରୁଥିଲା ମାଲିସ୍‌

22/11/2022 at 4:07 PM

ନୂଆଦିଲ୍ଲୀ ୨୨।୧୧: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଫିଜିଓଥେରାପିଷ୍ଟ ନୁହଁ  ମାଲିସ୍ କରୁଥଲା ନା ବାଳିକା ଦୁଷ୍କର୍ମ ଅଭିଯୁକ୍ତ। ପକସୋ ଆଇନର ଧାରା ୬, ଆଇପିସିର ଧାରା ୩୭୬, ୫୦୬ ଓ ୫୦୯ରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ମନ୍ତ୍ରୀଙ୍କ ମାଲିସ୍‌ ଲାଗି ନିଯୁକ୍ତ ଥିଲା। ଜେଲର ଅଧିକାରୀକ ସୂତ୍ରରୁ ଏହି ସୂଚନା ମିଳିଥିବା ବେଳେ ଆମ ଆଦମୀ ପାର୍ଟି (ଆପ୍) ଉପରେ ବିଜେପି ପୁଣି ଆକ୍ରମକ ହୋଇଛି।

ତିହାର ଜେଲ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରୁଥିବା ବ୍ୟକ୍ତି ରିଙ୍କୁ ନାମକ ଜନୈକ କୈଦୀ। ରିଙ୍କୁ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଥିବା କାଳରେ ମନ୍ତ୍ରୀଙ୍କୁ ମାଲିସ୍ କରୁଥିଲା। ଏହା ଜଣାପଡିବା ପରେ ସତ୍ୟେନ୍ଦ୍ର ଜୈନ ପୁଣି ଥରେ ବିଜେପିର ଟାର୍ଗେଟକୁ ଆସିଯାଇଛନ୍ତି। ବିଜେପି ନେତା ତଜିନ୍ଦର ପାଲ ସିଂହ ଜେଲରେ ଦୁଷ୍କର୍ମ ଅଭିଯୁକ୍ତକୁ ସେବାରେ ଲଗାଇବା ପାଇଁ ଜୈନ କଣ ଡିଲ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ତେବେ ଏହା ପୂର୍ବରୁ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଭାଇରାଲ ଭିଡିଓ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଭିନ୍ନ ଦାବି କରିଥିଲେ। ସେ କହିଥିଲେ ଯେ ଜୈନଙ୍କୁ ଜେଲରେ ଫିଜିଓଥେରାପି ଦିଆଯାଉଛି। କେବଳ ଏତିକି ନୁହେଁ ସିସୋଦିଆ ତିହାର ଜେଲର ସିସିଟିଭି ଫୁଟେଜ ଭୁଲ ଉପାୟରେ ଭାଇରାଲ କରୁଥିବାର ଅଭିଯୋଗ ମଧ୍ୟ କରିଥିଲେ।

ସେ କହିଥିଲେ ଯେ  ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡରେ ଆଘାତ ଥିବା ଯୋଗୁ  ଫିଜିଓ ଥେରାପି କରୁଥିଲେ। ମନିଷ ସିସୋଦିଆ କହିଥିଲେ ଯେ ମେରୁହାଡରେ ଆଘାତ ଲାଗି ଜୈନଙ୍କ ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ଡିଶ୍ଚାର୍ଜ ହେବା ପରେ ଡାକ୍ତର ତାଙ୍କୁ ଫିଜିଓଥେରାପି କରାଇବାକୁ କହିଥିଲେ। ଭିଡିଓରେ ସେ ଫିଜିଓ ଥେରାପି କରୁଥିବା ଦେଖାଯାଉଥିବା ସିସୋଦିଆ କହିଥିଲେ।      

   Related Posts