NPPAର ବଡ଼ ନିଷ୍ପତ୍ତି, କମିବ ୪୧ଟି ଔଷଧର ଦାମ୍; ଡାଇବେଟିସ୍‌, ହୃଦଘାତ୍‌ ରୋଗୀଙ୍କ ପାଇଁ ହେବ ବଡ଼ ଆଶ୍ବସ୍ତି

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ନାସନାଲ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଙ୍ଗ ଅଥରିଟି ଅଫ୍‌ ଇଣ୍ଡିଆ (NPPA)ର ବଡ଼ ନିଷ୍ପତ୍ତି। କମିବ ୪୧ଟି ଔଷଧର ଦାମ୍‌। ଡାଇବେଟିସ୍‌, ହାର୍ଟ ଆଟାକ୍‌ ଭଳି ରୋଗୀଙ୍କ ପାଇଁ ହେବ ବଡ଼ ଆଶ୍ବସ୍ତି। ଗୁରୁବାର ଏନପିପିଏର ୧୪୩ତମ ବୈଠକରେ ସରକାର ୪୧ଟି ଔଷଧ ଏବଂ ୬ଟି ଫର୍ମୂଲେସନର ଦାମ୍‌ ନିର୍ଦ୍ଧାରଣ କରିଛନ୍ତି।

ଯେଉଁଥିରେ, ଡାଇବେଟିସ୍‌, ଦେହ ପୀଡ଼ା, ହାର୍ଟ, ଲିଭର, ସଂକ୍ରମର, ଆଲର୍ଜୀ, ମଲ୍ଟିଭିଟାମିନ୍‌, ଆଣ୍ଟାସିଡ୍‌, ଆଣ୍ଟିବାୟୋଟିକ୍ସ ସମେତ ୪୧ ଔଷଧ ସାମିଲ ରହିଛି।ତେବେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଦ୍ବାରା ସାଧାରଣ ଜନତାଙ୍କୁ ବଡ଼ ଆଶ୍ବସ୍ତି ମିଳିବ।

ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। କମ୍ପାନିଙ୍କୁ ଡିଲର୍ସ, ଷ୍ଟକିଷ୍ଟଙ୍କୁ ଏନେଇ ସୂଚନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ସରକାରଙ୍କ ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, କମ୍ପାନି ଗ୍ରାହକଙ୍କୁ କେବଳ ଔଷଧ ବାଦ୍‌ ଜିଏସଟି ହିଁ ନେଇପାରିବେ।

ଆହୁରି ପଢ଼ନ୍ତୁ: ଆମେରିକାରେ ଡେଙ୍ଗୁର ଦ୍ୱିତୀୟ ଟିକାକୁ ମିଳିଲା WHOଙ୍କ ମଞ୍ଜୁରୀ, ତିଆରିଛନ୍ତି ଜାପାନୀ ଫାର୍ମା କମ୍ପାନୀ

ସୂଚନାଥାଉକି, ଦେଶର ଅଧିକାଂଶ ଲୋକ ଏସବୁ ସମସ୍ୟାରେ ପୀଡ଼ିତ । ଆଉ ଏହାର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଖୁବ୍‌ ମହଙ୍ଗା ମଧ୍ୟ। ଦେଶରେ ୧୦ କୋଟିରୁ ଅଧିକ ଡାଇବେଟିସ୍‌ ରୋଗୀ ଅଛନ୍ତି। ଏମିତିରେ ଏହି ରୋଗ ସହ ଜଡ଼ିତ ଔଷଧର ଦାମ୍‌ କମିବା ଲୋକଙ୍କୁ ବେଶ୍‌ ଆଶ୍ବସ୍ତି ଆଣିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଫେବ୍ରୁଆରୀ ୨୦୨୪ରେ ମଧ୍ୟ NPPA ଡାଇବେଟିସ୍‌ ଏବଂ ରକ୍ତଚାପ ଉଭୟ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୬୯ ଔଷଧର ଦାମ୍‌ କମ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.