ବିର୍ବାଚନ ପୂର୍ବରୁ ଆଖୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର,  କ୍ଵିଣ୍ଟାଲ ପିଛା ଆଖୁର କ୍ରୟ ମୂଲ୍ୟ ବଢିଲା ୨୫ ଟଙ୍କା

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ  କେନ୍ଦ୍ର ସରକାରଙ୍କ ଆଖୁ ଚାଷୀଙ୍କୁ ଉପହାର ଭେଟି।  ଚାଷୀ ଆନ୍ଦୋଳନ ମଧ୍ୟରେ ଆଖୁ କ୍ରୟ ମୂଲ୍ୟ ବା ଏଫଆରପି ବଢ଼ାଇବାକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍‌ । ଆଖୁ କ୍ରୟ ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏଣିକି ଆଖୁ କ୍ଵିଣ୍ଟାଲ ପିଛା ୩୧୫ରୁ ବଢ଼ି ୩୪୦ ଟଙ୍କା ହୋଇଛି । ଆଖୁ ମୂଲ୍ୟ ୮ ପ୍ରତିଶତ ବଢ଼ାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ।

wp:heading {"level":4}

Also read- ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ, ପୋଲିସର ଦାବି-୧୨ ଯବାନ ଆହତ

/wp:heading

ସେପଟେ ଚାଷୀ ଆନ୍ଦୋଳନକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। କୃଷକ ରୋଜଗାର କେମିତି ବଢ଼ିବ ସରକାର ସର୍ବଦା ଚେଷ୍ଟିତ। ୨୦୧୪ରେ କୃଷକ ଦାବି ନେଇ ରାସ୍ତାକୁ ଓହ୍ଲାଇଥିଲେ । ଆଖୁ ପାଇଁ ସଠିକ ମୂଲ୍ୟ ମିଳୁନଥିଲା । ମୋଦୀ ସରକାର କୃଷକ କଲ୍ୟାଣ ଏବଂ କୃଷି ବକାଶ ପାଇଁ କାର୍ଯ୍ୟ କରୁଛନ୍ତି । କ୍ୟାବିନେଟ୍‌ ଆଖୁ କ୍ରୟ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୧୫ ଟଙ୍କାରୁ ବଢ଼ାଇ ୩୪୦ ଟଙ୍କା କରିଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ୨୦୨୪-୨୫ ପାଇଁ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ(ଏଫଆରପି)କୁ ୧୦.୨୫ ପ୍ରତିଶତ ରିକଭରି ଦର ଉପରେ କ୍ଵିଣ୍ଟାଲ ପିଛା ୩୪୦ ଟଙ୍କା ବଢାଇବାକୁ ମଞ୍ଜୁରି ଦେଇଛି ।  ଆଖୁ ଉପରେ ସରକାରଙ୍କ ଏହା ଐତିହାସି ମୂଲ୍ୟ। ଏହା ୨୦୨୩-୨୪ ତୁଳନାରେ ଆଖୁର ଏଫଆରପି ୮ ପ୍ରତିଶତ ବୃଦ୍ଧି ଘଟିଛି । ଏହା ଦ୍ବାରା ୫ କୋଟି ଚାଷୀ ଏବଂ ସେମାନଙ୍କ ପରିବାର ଲାଭାନ୍ବିତ ହେବେ । ସଂଶୋଧିତ ଏଫଆରପି ୨୦୨୪ ଅକ୍ଟୋବର ପହିଲାରୁ ଲାଗୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.