scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଶକ୍ତିଶାଳୀ ରାଷ୍ଟ୍ରର ବଡ ନିଷ୍ପତ୍ତି, ଉହାନ୍‌ ଲ୍ୟାବ୍‌କୁ ପାଣ୍ଠି ଯୋଗାଣ ଉପରେ ରୋକ୍‌

20/07/2023 at 9:45 AM

ୱାଶିଂଟନ ୨୦/୦୭: ଶକ୍ତିଶାଳୀ ରାଷ୍ଟ୍ର ଆମେରିବାକ ବଡ ନିଷ୍ପତ୍ତି । ଚୀନ୍‌ର ଉହାନ୍‌ ଲ୍ୟାବ୍‌କୁ ପାଣ୍ଠି ଯୋଗାଣ ଉପରେ ରୋକ୍‌ ଲଗାଇଛି ଆମେରିକା । ଗବେଷଣା ପାଇଁ ଏହି ପାଣ୍ଠି ଦେଉଥିଲା ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍‌ ଏ ସଂକ୍ରାନ୍ତ ଏକ ବିଧେୟକକୁ ସଂସଦରେ ପାରିତ କରିଛନ୍ତି । କରୋନା ଭୂତାଣୁ ଲିକ୍‌ ହେବା ସଂକ୍ରାନ୍ତ ଦସ୍ତାବିଜ ସାର୍ବଜନୀନ ନ କରିବା ଏବଂ ସୁରକ୍ଷା ନିୟମକୁ ଅନୁପାଳନ ନ କରିବା ଅଭିଯୋଗରେ ଚୀନ୍‌ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛି ଆମେରିକା ।

ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍‌ ନିଜ ଦେଶରେ କୋଭିଡ-୧୯ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ତଥ୍ୟ ଡିଲିଟ୍‌ କରିଦେଇଛି । ୨୦୧୯ରେ ବ୍ୟାପିଥିବା କରୋନା ଭୂତାଣ ଧୀରେ ଧୀରେ ବିଶ୍ୱକୁ ବ୍ୟାପିଯାଇଥିଲା । ଫଳରେ ବିଶ୍ୱବ୍ୟାପୀ ଭୟଙ୍କର ସ୍ୱାସ୍ଥ୍ୟ ସଂକଟ ଉପୁଜୁଥିଲା । ଚୀନ୍‌ ଜାଣିଶୁଣି କରୋନା ଭୂତାଣୁ ସୃଷ୍ଟି କରିଥିବା ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶ ଦାବି କରିଥିଲେ । ଉହାନ ଲାବ୍‌ରୁ ଏହି ଭୂତାଣୁ ଲିକ୍‌ ହୋଇଥିବା କୁହାଯାଇଥିଲା । ଧୀରେ ଧୀରେ ଏହା ପ୍ରମାଣିତ ହୋଇଥିଲା ।

ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ମୁତାବକ, ବାଇଡେନ୍‌ ସରକାର ଉହାନ୍‌ ଲ୍ୟାବ୍‌କୁ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏ ନେଇ ଚୀନ୍‌ ସରକାର ଏବଂ ଉହାନ୍‌ ଲ୍ୟାବ୍‌କୁ ଔପଚାରିକ ଭାବେ ସୂଚନା ଦିଆଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଆମେରିକାର ସ୍ୱାସ୍ଥ୍ୟ ସେବା ବିଭାଗ ଉହାନ୍‌ ଲାବ୍‌ରୁ କୋଭିଡ-୧୯ ଭୂତାଣୁ ଲିକ୍‌ ହୋଇଥିବା ସନ୍ଦେହରେ ତଦନ୍ତ ଆରମ୍ଭ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଉହାନ ଲ୍ୟାବ୍‌ କର୍ତ୍ତୃପକ୍ଷ ତଦନ୍ତ ପାଇଁ ଜରୁରି ଦସ୍ତାବିଜ ଦେଇ ନ ଥିଲେ ।

ଏହାବ୍ୟତୀତ ଏତେ ସମ୍ବେଦନଶୀଳ ଲ୍ୟାବ୍‌ରେ ଭୂତାଣୁ ଲିକ୍‌ ରୋକିବା ପାଇଁ ସୁରକ୍ଷା ପଦକ୍ଷେପ ଆପଣାଯାଇ ନ ଥିଲା । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ୨୦୨୦ ଜୁଲାଇ ପରଠାରୁ ଏହି ଲ୍ୟାବ୍‌କୁ ପାଣ୍ଠି ଯୋଗାଣ ବନ୍ଦ ରହିଥିଲା । କିନ୍ତୁ ଏବେ ଔପଚାରିକ ସ୍ତରରେ ଏହି ନିଷ୍ପତ୍ତି ବାବଦରେ ସୂଚନା ଦିଆଯାଇଛି ।

ଗତବର୍ଷ ‘ନ୍ୟୁୟର୍କ ପୋଷ୍ଟ’ରେ କୋଭିଡ-୧୯ ସଂକ୍ରାନ୍ତରେ ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ ପାଇଥିଲା । ଏହା ମୁତାବକ ବୈଜ୍ଞାନିକଙ୍କ ଦ୍ୱାରା କୋଭିଡ ସୃଷ୍ଟି କରାଯାଇଥିଲା । ଏହା ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ଲିକ୍‌ ହୋଇଥିଲା । ଏହି ଲ୍ୟାବ୍‌କୁ ଚୀନ୍‌ ସରକାର ପାଣ୍ଠି ଯୋଗାଉଛନ୍ତି । ସୁରକ୍ଷା ପଦକ୍ଷେପରେ ଅବହେଳା ଯୋଗୁ ଏହା ଲିକ୍‌ ହୋଇ ସାରା ବିଶ୍ୱକୁ ବ୍ୟାପିଯାଇଥିଲା ।

you can also read..

   Related Posts