ଆଇପିଏଲ୍ ୨୦୨୪ ପୂର୍ବରୁ SRHର ବଡ଼ ନିଷ୍ପତ୍ତି, ପାଟ୍ କମିନ୍ସ ହେଲେ ହାଇଦ୍ରାବାଦର ଅଧିନାୟକ

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୪ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବଡ଼ ନିଷ୍ପତ୍ତି ନେଇଛି। ଦଳ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ନିଜର ନୂତନ ଅଧିନାୟକ ନିଯୁକ୍ତ କରିଛି। ପାଟ୍ କମିନ୍ସ ବର୍ତ୍ତମାନ ଅଧିନାୟକ ଥିବା ଆଡନ ମାରକ୍ରମଙ୍କ ସ୍ଥାନ ନେବେ। ଗତ ସିଜିନରେ ମାରକ୍ରମଙ୍କ ନେତୃତ୍ଵରେ ହାଇଦ୍ରାବାଦ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନିମ୍ନରେ ଥିଲା। ଦଳ ୧୪ଟି ମ୍ୟାଚ୍‌ରୁ ମାତ୍ର ୪ଟି ଜିତିବାକୁ ସକ୍ଷମ ହୋଇଥିବା ବେଳେ ୧୦ଟିରେ ପରାଜିତ ହୋଇଛି। ଦଳ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ଫ୍ରାଞ୍ଚାଇଜ ଏପରି ନିଷ୍ପତ୍ତି ନେଇଛି।

wp:heading {"level":4}

Also read- ଇଶାନ ଓ ଆୟରଙ୍କ ଚୟନ ଉପରେ ସଙ୍କଟ, ଟିମ୍ ଇଣ୍ଡିଆକୁ ଫେରିବା ପାଇଁ IPL ପର୍ଯ୍ୟାପ୍ତ ନୁହେଁ !

/wp:heading

ପାଟ୍ କମିନ୍ସଙ୍କୁ ଦଳରେ ରଖିବା ପାଇଁ ହାଇଦ୍ରାବାଦ ଫ୍ରାଞ୍ଚାଇଜ ୨୦ କୋଟି ୫୦ ଲକ୍ଷ ଟଙ୍କାର ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏମିତିରେ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ ଦେବା ସ୍ଵାଭାବିକ ଥିଲା। ଗତ ନଅ ମାସ ହେବ କ୍ରିକେଟ୍ ଜଗତରେ ପାଟ୍ କମିନ୍ସଙ୍କ ଯାତ୍ରା ଚତ୍ମକାର ରହିଛି। ତାଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଜିତିବା ସହ ଆସେସ୍ ସିରିଜ୍ ବଜାୟ ରଖିବାରେ ସଫଳ ହୋଇଥିଲା। ଏହା ବ୍ୟତୀତ ଅଷ୍ଟ୍ରେଲିଆ ୨୦୨୩ ଦିନିକିଆ କ୍ରିକେଟ୍ ବିଶ୍ଵକପ୍ ଜିତିବାରେ ସଫଳ ରହିଥିଲା।

wp:html /wp:html

କମିନ୍ସଙ୍କୁ ୨୦୨୩ ପାଇଁ ଆଇସିସି କ୍ରିକେଟର ଅଫ ଦ ଇୟର ପୁରସ୍କାରରେ ସମ୍ମାନିତ କରିଥିଲା। ଏହା ସହିତ ଆଇସିସି ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଥିଲା। କମିନ୍ସଙ୍କ ନେତୃତ୍ଵ ଦକ୍ଷତାକୁ ଦେଖି ଫ୍ରାଞ୍ଚାଇଜ ଆଶା ରଖିଛି ଯେ, ୨୦୨୪ ସିଜିନରେ ଦଳର ପ୍ରଦର୍ଶନରେ ସୁଧାର ଆସିବ। ସୂଚନାଯୋଗ୍ୟ, ସନରାଇଜର୍ସ ହାଇଦ୍ରାବାଦ ନିଜର ଶେଷ ଟାଇଟଲ୍ ୨୦୧୬ରେ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ନେତୃତ୍ଵରେ ଜିତିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.