CWGରେ ଅଧିକାରୀଙ୍କ ହାତରେ ତ୍ରିରଙ୍ଗା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଉଠିଲା ବିବାଦ

Published By : Prameya-News7 Bureau | August 07, 2022 IST

ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀରେ ରବିବାର ଭାରତର ତାରକା ମହିଳା ବକ୍ସର ନିକହତ ଜରିନ ସ୍ଵର୍ଣ୍ଣ ପଦକ ଜିତିବା ସହ ପୂରା ଦେଶ ତାଙ୍କ ସଫଳତାରେ ଝୁମି ଉଠିଛି। ମହିଳା ୫୦ କିଗ୍ରା ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ଜରିନ ତ୍ରିରଙ୍ଗା ଉଡାଇ ଦେଶ ପ୍ରତି ନିଜର ଭଲ ପାଇବାକୁ ଗର୍ବର ସହ ଦୁନିଆକୁ ଦେଖାଇଥିଲେ। ମାତ୍ର ଆୟୋଜନ ସ୍ଥଳରେ ସ୍ପୋର୍ଟ୍ସ ଅଥରିଟି ଅଫ ତେଲେଙ୍ଗାନା ରାଜ୍ୟ ଚେୟାରମ୍ୟାନ ଏ ଭେଙ୍କଟେଶ୍ଵର ରେଡ୍ଡୀ ନିକହତ ଜରିନଙ୍କୁ ନୁହେଁ ବରଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଫଟୋ ଲହରାଇଥିଲେ। ତାକୁ ନେଇ ଏବେ ବିବାଦ ଉଠିଛି।

wp:html /wp:html

ଆଶ୍ଚର୍ଯ୍ୟର କଥା ଦେଶର ନାମ ଉଚ୍ଚା କରିଥିବା ଆଥଲେଟ୍‌ଙ୍କ ବିଜୟ ଉତ୍ସବ ମନାଇବା ପରିବର୍ତ୍ତେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲହରାଇବା ପଛରେ କଣ କାରଣ ରହିଛି ? ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଲଗାତାର ପୋଷ୍ଟ କରାଯାଉଛି। ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଏହା ପଛର କାରଣ କଣ।

ହାଇଦ୍ରାବାଦ ନିବାସୀ ନିକହତ ଜରିନ ଫାଇନାଲ୍ ମୁକାବିଲାରେ ଉତ୍ତର ଆୟରଲାଣ୍ଡର କାର୍ଲି ଏମସି ନଉଲଙ୍କୁ ୫-୦ରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ରବିବାର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା  ଭାରତର ଚତୁର୍ଥ ଏବଂ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୭ତମ ସ୍ଵର୍ଣ୍ଣ। ଏଥିସହିତ ଭାରତ ପଦକ ତାଲିକାରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.