WTC Points Tableରେ ବଡ ପରିବର୍ତ୍ତନ, ଦୌଡରୁ ବାଦ୍ ପଡିଲା ଡିଫେଣ୍ଡିଂ ଚାମ୍ପିଅନ, ଜାଣନ୍ତୁ ଭାରତର ସ୍ଥିତି

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ପରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ୨୦୨୧-୨୩ ପଏଣ୍ଟ ଟେବୁଲରେ ପରିବର୍ତ୍ତନ ଘଟିଛି। ଇଂଲଣ୍ଡ ନିକଟରୁ ଟେଷ୍ଟ ସିରିଜ୍  ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଖସି ଆସିଛି। ଏଥିସହ କିଓ୍ଵି ଦଳର ଆସନ୍ତା ବର୍ଷ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ଖେଳିବାର ସମ୍ଭାବନା ସମାପ୍ତ ହୋଇଛି। ନ୍ୟୁଜିଲାଣ୍ଡ ନିଜର ବାକି ଥିବା ସମସ୍ତ ଟେଷ୍ଟ ଜିତିଲେ ମଧ୍ୟ ତଥାପି ଫାଇନାଲ୍ ଦୌଡରୁ ବାଦ୍ ପଡିବ।

ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ନୂତନ ସଂସ୍କରଣର ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ଇଂଲଣ୍ଡ ଅଷ୍ଟମରୁ ସପ୍ତମ ସ୍ଥାନକୁ ଉଠିଛି। ନବମ ସ୍ଥାନରେ ବାଂଲାଦେଶ ରହିଛି। କିଓ୍ଵି ଦଳ ଏହି ସିଜିନରେ ମାତ୍ର ଦୁଇଟି ଟେଷ୍ଟ ଜିତିଥିବା ବେଳେ ଇଂଲନଣ୍ଡ ଚଳିତ ସିରିଜର ୩ ବିଜୟ ସହ ମୋଟ୍ ୪ଟି ଟେଷ୍ଟ ଜିତିଛି। ଓ୍ଵେଷ୍ଟଇଣ୍ଡିଜ ଷଷ୍ଠ ସ୍ଥାନରେ ରହିଛି।

ପ୍ରଥମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ। କଙ୍ଗାରୁ ଦଳର ବିଜୟ ପ୍ରତିଶ୍ରତ ୭୫ ପ୍ରତିଶତ ରହିଥିବା ବେଳେ ଦ୍ଵିତୀୟରେ ରହିଛି ଦକ୍ଷିଣ ଆଫ୍ରିକା। ଏହାର ବିଜୟ ପ୍ରତିଶତ ୭୧.୪୩ ପ୍ରତିଶତ ରହିଛି। ୫୮.୩୩ ବିଜୟ ପ୍ରତିଶତ ସହ ଭାରତ ତୃତୀୟରେ ରହିଛି। ସେହିପରି ୫୫.୫୬ ପ୍ରତିଶତ ସହ ଶ୍ରୀଲଙ୍କା ଚତୁର୍ଥରେ ଏବଂ ୫୨.୩୮ ପ୍ରତିଶତସହ ପାକିସ୍ତାନ  ପଞ୍ଚମରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.