ସୁନା କିଣିବା ନିୟମରେ ବଡ଼ ପରିବର୍ତ୍ତନ, ଗ୍ରାହକ ଏବଂ ଦୋକାନୀଙ୍କ ଉପରେ ପଡ଼ିବ ପ୍ରଭାବ

Published By : Prameya-News7 Bureau | March 04, 2023 IST

ନୂଆଦିଲ୍ଳୀ, ୦୪/୦୩: ଏପ୍ରିଲ୍‌ ୧ ଠାରୁ ଭାରତରେ ସୁନା ଅଳଙ୍କାର କିଣିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଗ୍ରାହକ ଏବଂ ଦୋକାନୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏପ୍ରିଲ ୧ ଠାରୁ ବିନା ହଲମାର୍କର ଅଳଙ୍କାର ବୈଧ ହେବନାହିଁ। ପ୍ରକୃତରେ କେନ୍ଦ୍ର ସରକାର ସୁନା ଅଳଙ୍କାର କ୍ରୟ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ ଅନୁଯାୟୀ, ୩୧ ମାର୍ଚ୍ଚ ପରଠାରୁ ହଲମାର୍କ ୟୁନିକ୍‌ ଆଇଣ୍ଡେଣ୍ଟିଫିକେସନ (HUD) ବିନା କେହିବି ଅଳଙ୍କାର ଦୋକାନ ସୁନା ଗହଣା ବିକ୍ରି କରିପାରିବେ ନାହିଁ।

୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ ନିୟମ:

ଉପଭୋକ୍ତା ମନ୍ତ୍ରାଳୟ କହିଛି ଯେ, ଏହି ନିଷ୍ପତ୍ତି ୪ ଏବଂ ୬ ଡିଜିଟ୍‌ ହଲମାର୍କିଂରେ ହେଉଥିବା ଦ୍ବନ୍ଦ୍ବକୁ ନେଇ ନିଆଯାଇଛି। ନୂଆ ନିୟମ ଅନୁଯାୟୀ ଏବେ ୬ ନମ୍ବରର ଆଲଫାନ୍ୟୁମରିକ୍‌ ହଲମାର୍କିଂ ହିଁ ମାନ୍ୟ ହେବ। ଏହା ବିନା ଏବେ ସୁନା ଅଳଙ୍କାର ବିକ୍ରି କରିବା ମାନ୍ୟ ହେବନାହିଁ। ଏହା ସହ ମନ୍ତ୍ରାଳୟ କହିଛନ୍ତି ଯେ ଏବେ ଚାରି ନମ୍ବର ବିଶିଷ୍ଟ ହଲମାର୍କ ମଧ୍ୟ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ସୂଚନାଯୋଗ୍ୟ, ଦେଶରେ ନକଲି ଅଳଙ୍କାର ବିକ୍ରି ରୋକିବା ପାଇଁ ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି।

କ’ଣ ହୋଇଥାଏ HUID ?

ହଲମାର୍କ ୟୁନିକ୍‌ ଆଇେଣ୍ଡଣ୍ଟିଫିକେସନ (HUID) ନମ୍ବରରୁ ଅଳଙ୍କାରର ଶୁଦ୍ଧତାର ଚିହ୍ନଟ ହୋଇଥାଏ। ଏହା ଏକ ୬ ନମ୍ବର ଆଲଫାନ୍ୟୁମରିକ୍‌ କୋଡ୍‌ ହୋଇଥାଏ ଯାହାଦ୍ବାରା ଗ୍ରାହକଙ୍କୁ ସୁନା ଅଳଙ୍କାର ବିଷୟରେ ସୂଚନା ମିଳିଥାଏ। ଏହି କୋଡ୍‌ ଦ୍ବାରା ଠକେଇ ମାମଲା ବହୁତ୍ କମ୍ ହୋଇଥାଏ। ଏମିତିରେ ଏବେ ଦୋକାନୀ ୧ ଏପ୍ରିଲ୍‌ରୁ ବିନା ହଲମାର୍କରୁ ବିନା ହଲମାର୍କ ଅଳଙ୍କାର ବିକ୍ରି କରିପାରିବେନାହିଁ। କିନ୍ତୁ ଗ୍ରାହକ ପୁରୁଣା ଅଳଙ୍କାର ବିନା ହଲମାର୍କରେ ମଧ୍ୟ ବିକ୍ରି କରିପାରିବେ। ସୂଚନାଯୋଗ୍ୟ, ଦେଶରେ ୮୫ ପ୍ରତିଶତ ଯାହାକି ୧୩୩୮ ହଲମାର୍କିଂ ସେଣ୍ଟର ରହିଛି।

wp:embed {"url":"https://youtu.be/LNxEewfnrxQ","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/LNxEewfnrxQ
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.