ନୂଆଦିଲ୍ଲୀ: ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ୨୦୨୩ ସମାପ୍ତ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ଟ୍ରେଭିସ୍ ହେଡ୍ ୩ଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି। ଡବ୍ଲ୍ୟୁଟିସି ଫାଇନାଲ୍ରେ ଶତକ ଅର୍ଜନ କରିଥିବା ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛନ୍ତି। ମାର୍ନସ ଲାବୁସେନ ଶୀର୍ଷରେ ଅଛନ୍ତି ଏବଂ ସ୍ମିଥ୍ଙ୍କଠୁ ୧୮ ପଏଣ୍ଟ ଆଗରେ ଅଛନ୍ତି। ଏହିପରି ଆଇସିସି ଟେଷ୍ଟ ମାନ୍ୟତାର ଟପ-୩ରେ ଅଷ୍ଟ୍ରେଲିଆରେ ବ୍ୟାଟର ରହିଛନ୍ତି। ଅନ୍ୟପଟେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ମାନ୍ୟତାରେ ୨ଟି ସ୍ଥାନ ଏବଂ ବାବର ଆଜମଙ୍କ ଗୋଟିଏ ସ୍ଥାନ ଅବନ୍ନତି ଘଟିଛି।

କେନ ଓ୍ଵିଲିୟମସନ ଚତୁର୍ଥ ଏବଂ ବାବର ଆଜମ ପଞ୍ଚମ ସ୍ଥାନକୁ ଖସିଛନ୍ତି। ଜୋ ରୁଟ୍ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ଅଛନ୍ତି। ଏହା ପରେ ସପ୍ତମରେ ଡାରେଲ ମିଚେଲ୍, ଅଷ୍ଟମରେ ଦିମୁଥ କରୁରଣାରତ୍ନେ ରହିଛନ୍ତି। ଉସ୍ମାନ ଖ୍ଵାଜାଙ୍କ ମାନ୍ୟତାରେ ଅବନ୍ନତି ଘଟିଛି ଏବଂ ସେ ୨ଟି ସ୍ଥାନ ତଳକୁ ଖସି ନବମରେ ଅଛନ୍ତି। ଟପ୍-୧୦ରେ ଏକ ମାତ୍ର ଭାରତୀୟ ବ୍ୟାଟର ହିସାବରେ ଋଷଭ ପନ୍ତ ୧୦ମ ସ୍ଥାନରେ ଅଛନ୍ତି।
wp:html/wp:htmlA unique stat repeats itself after nearly 39 years in the latest @MRFWorldwide ICC Men’s Test Player Rankings 🤯
— ICC (@ICC) June 14, 2023
More 👇https://t.co/7sP4bhf19W
ଅଧିନାୟକ ରୋହିତ ଶର୍ମା ୧୨ମ ସ୍ଥାନରେ ଥିବା ବେଳେ ବିରାଟ କୋହଲି ୧୩ମ ସ୍ଥାନରେ ରହିଛନ୍ତି। ଚେତେଶ୍ଵର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ୨୫ମ ସ୍ଥାନରେ ଏବଂ ଆଜିଙ୍କ୍ୟ ରାହାଣେ ୩୭ମ ସ୍ଥାନରେ ଅଛନ୍ତି। ୪ଟି ସ୍ଥାନ ଅବନ୍ନତି ସହ ଶୁଭମନ ଗିଲ୍ ୫୦ମ ସ୍ଥାନକୁ ଖସିଛନ୍ତି।
wp:heading {"level":4}