ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ବଡ ପରିବର୍ତ୍ତନ, ଅଚାନକ ଦଳରେ ସାମିଲ୍ ହେଲେ ଏହି ଖେଳାଳି
14/02/2023 at 8:29 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଫେବୃଆରୀ ୧୭ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ନେଇ ଆସିଛି ବଡ ଖବର। ଦଳର ତାରକା ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ସଂପୂର୍ଣ୍ଣ ଫିଟ୍ ହୋଇଛନ୍ତି ଏବଂ ତାଙ୍କୁ ଦଳରେ ସାମିଲ୍ କରାଯାଇଛି। ଶ୍ରେୟସ ଆୟର ଦିଲ୍ଲୀ ଟେଷ୍ଟ ପାଇଁ ଶୀଘ୍ର ଦଳରେ ଯୋଗ ଦେବେ। ବିସିସିଆଇ ମଙ୍ଗଳବାର ଏ ସଂକ୍ରାନ୍ତରେ ସୂଚନା ଦେଇଛି।
ବିସିସିଆଇର ପ୍ରେସ୍ ବିବୃତିରେ କୁହାଯାଇଛି, ଭାରତୀୟ ବ୍ୟାଟର ଶ୍ରେୟସ ଆୟର ନିଜର ପିଠିଜନିତ ସମସ୍ୟାରୁ ମୁକୁଳିବା ପରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀରେ ନିଜର ରିହାବ ସଫଳତାପୂର୍ବକ ପୂରା କରିଛନ୍ତି। ଦଳରେ ଯୋଗ ଦେବା ପାଇଁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।ଏହାପରେ ଶ୍ରେୟସଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ୍ କରାଯାଇଛି।
🚨 NEWS 🚨: Shreyas Iyer to join India squad for Delhi Test. #TeamIndia | #INDvAUS
— BCCI (@BCCI) February 14, 2023
Details 🔽https://t.co/0KtDRJYhvg
ଶ୍ରେୟସ ଏକ ମାସ ହେବ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାନ୍ତି। ତେବେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ କି ନାହିଁ ତାହା ଦେଖିବା ବାକି ରହିଲା। କାରଣ ଟେଷ୍ଟରେ ୯୦ ଓଭର ଫିଲ୍ଡିଂ କରିବାକୁ ପଡିଥାଏ। ଏହା ମଧ୍ୟରେ ଅଷ୍ଟ୍ରେଲିଆ ଦଳ ଦ୍ଵିତୀୟ ଟେଷ୍ଟ ପାଇଁ ଦିଲ୍ଲୀରେ ପହଞ୍ଚିଛି।୨୦୧୭ ଡିସେମ୍ବର ପରେ ପ୍ରଥମ ଥର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଖେଳାଯିବ।
ଏ ଖବର ପଢନ୍ତୁ- ଇଂଲଣ୍ଡ କୋଚ୍ ମ୍ୟାକକୁଲମ୍ ବାଲକୋନୀରୁ କଲେ ଇଶାରା, ତା’ପରେ ଏମିତି ଆଉଟ୍ ହେଲେ ଶ୍ରେୟସ : ଦେଖନ୍ତୁ ଭିଡିଓ
ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ ଭରତ(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୂର୍ଯ୍ୟକୁମାର ଯାଦବ।