IPL ୨୦୨୫ରେ ହେବ ବଡ ପରିବର୍ତ୍ତନ; ଭାଙ୍ଗିବ ଆଇପିଏଲ୍‌ର KGF ଯୋଡି

Published By : Prameya-News7 Bureau | August 14, 2024 IST

ନୂଆଦିଲ୍ଲୀ ୧୪।୦୮: ବଦଳିବ ନିୟମ, ବଦଳିଯିବେ ଖେଳାଳି । ବେଶ୍ ରୋମାଞ୍ଚକର ହେବ ଆଇପିଏଲ୍ ୨୦୨୫। ଆଉ କିଛି ଦିନରେ ହେବ ମେଗା ଅକ୍ସନ । ଅନେକ ଖେଳାଳିଙ୍କୁ ପ୍ରାଞ୍ଚାଇଜ୍ କରିବେ ରିଲିଜ, ତ ତାଙ୍କ ବଦଳରେ ସାମିଲ ହେବେ ନୂଆ ମୁହଁ । 

ଖୁବଶୀଘ୍ର ଫ୍ରାଞ୍ଚାଇଜ୍ ଜାରି କରିବେ ରିଟେନ୍ ପ୍ଲେୟାରଙ୍କ ଲିଷ୍ଟ । ହେଲେ ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ଆସିଛି ବଡ଼ ଖବର । ଭାଙ୍ଗିଯିବ KGF । ଆରସିବି ପାଇଁ ଏକାଠି ଖେଳିନପାରନ୍ତି ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍, ଫାପ୍ ଡୁପ୍ଲେସିସ୍ । ବିରାଟଙ୍କୁ ଛାଡି ଅନ୍ୟ ପ୍ଲେୟାରଙ୍କୁ ରିଲିଜ୍ କରିପାରେ ପ୍ରାଞ୍ଚାଇଜ । ଏହି ଲିଷ୍ଟରେ ବି ରହିଛି କ୍ୟାମେରୁନ୍ ଗ୍ରୀନଙ୍କ ନାଁ ।

ଆଇପିଏଲ୍‌ ନିୟମ ଅନୁଯାୟୀ ମେଗା ଅକ୍ସନ୍‌ ପୂର୍ବରୁ ସବୁ ଟିମ୍‌ କେବଳ ୪ ଜଣ ଲେଖାଏଁ ପ୍ଲେୟରଙ୍କୁ ରିଟେନ୍‌ କରିପାରିବେ । କିନ୍ତୁ ଚଳିତଥର ରିଟେନ୍‌ ପ୍ଲେୟରଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଆଇପିଏଲ୍ ୨୦୨୫ରେ ସମସ୍ତ ଟିମ୍ ୪ ବଦଳରେ ୬ ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବେ।   ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳୀଙ୍କୁ ରିଟେନ୍‌ କରିପାରିବେ ।  

ଫାଫ୍ ଡୁପ୍ଲେସିସ୍ ବହୁ ପୂର୍ବରୁ ହିଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି । ସେ ବର୍ତ୍ତମାନ ବହୁତ କମ୍ କ୍ରିକେଟ୍ ଖେଳୁଛନ୍ତି । ଏପରି ସ୍ଥିତିରେ ତାଙ୍କ ବୟସକୁ ନଜରରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆସନ୍ତା ସିଜିନ ପୂର୍ବରୁ ତାଙ୍କୁ ରିଲିଜ୍ କରିପାରେ । ଗତ ସିଜିନ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଥିଲା ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ । ମ୍ୟାକ୍ସୱେଲଙ୍କ ବ୍ୟାଟ ଆଇପିଏଲ୍ ୨୦୨୪ରେ ପୁରା ଫ୍ଲପ୍‌ ହୋଇଥିଲା । 

କାମେରୁନ୍ ଗ୍ରୀନଙ୍କୁ ଆରସିବି ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସଠୁ ଟ୍ରେଡ୍‌ କରିଥିଲା । ସେ ବହୁତ ମୋଟା ରକମରେ ଆସିଥିଲେ । ଗତ ସିଜିନ୍‌ରେ ଗ୍ରୀନ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ । କୁହାଯାଉଛି କି ଆରସିବି ତାଙ୍କୁ ଚଳିତ ସିଜିନ୍‌ରେ ରିଲିଜ୍‌ କରିବ । 

ରିପୋର୍ଟ ଅନୁଯାୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବତନ ଅଧିନାୟକ ବିରାଟ କୋହଲି, ଓପନର୍ ୱିଲ୍ ଜ୍ୟାକ୍, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ, ୟଶ ଦୟାଲ ଏବଂ ବିଜୟ କୁମାର ବୈଶାଖଙ୍କୁ ଆଇପିଏଲ ୨୦୨୫ରେ ରିଟେନ କରିବ ।  ଯଦିଏ କେବଳ ୪ଜଣ ପ୍ଲେୟରଙ୍କୁ ରିଟେନ୍‌ କରିବାକୁ ଅନୁମତି ରହେ ତେବେ ଫ୍ରାଞ୍ଚାଇଜ୍ ବିରାଟ କୋହଲି, ରଜତ ପାଟିଦାର, ମହମ୍ମଦ ସିରାଜ ଏବଂ ୟଶ ଦୟାଲଙ୍କୁ ରିଟେନ କରିପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.