ଏପ୍ରିଲ ପହିଲାରୁ ସୁକନ୍ୟା ସମୃଦ୍ଧି ଏବଂ ପିପିଏଫ୍ ସ୍କିମ୍‌ରେ ହେବ ପରିବର୍ତ୍ତନ!

Published By : Prameya-News7 Bureau | February 27, 2020 IST

ନୂଆଦିଲ୍ଲୀ୨୭/୨: ୨୦୨୦ ମସିହା ଏପ୍ରିଲ ପହିଲାରୁ ସୁକନ୍ୟା ଓ ପିପିଏଫ ସ୍କିମରେ ପରିବର୍ତ୍ତନ ହୋଇପାରେ।ଆର୍ଥିକ ବର୍ଷ ୨୦୨୦-୨୧ ରେ ୨ଟି ଟ୍ୟାକ୍ସ ସିଷ୍ଟମ ମିଳିବ। ତେବେ ଆପଣ ସ୍ଥିର କରିବେ କେଉଁ ସିଷ୍ଟମ ଆପଣଙ୍କ ପାଇଁ ପ୍ରଯୁଜ୍ୟ ରହିବ। ଫାଇନ୍ସସିଆଲି ଆଡ୍‌ଭାଇଜରଙ୍କ କହିବା​‌ ଅନୁସାରେ ନୂଆ ଟ୍ୟାକ୍ସ ସିଷ୍ଟମରେ ୭୦ ଏଗ୍‌ଜେମ୍ପସନ ଓ ଡିଡ୍‌କ୍ସନ ସୁବିଧାରୁ ବଞ୍ଚିତ ହେବେ। ଏଥିମଧ୍ୟରୁ ୮୦ ସି (80c) ଆଧାରରେ ନିବେଶ ଉପରେ ୧.୫ ଟଙ୍କା ରିହାତି, ସେକ୍ସନ ୮୦ ଡି ଆଧାରରେ ହେଲଥ ବୀମା ପ୍ରିମିୟମ ପେମେଣ୍ଟ ଏବଂ ୮୦ଟିଟିଏ ଆଧାରରେ  ଡାକଘରରେ ରାଶି ଉପରେ ମିଳୁଥିବା ସୁଧରେ ଡିଡକ୍ସନ ମଧ୍ୟ ସାମିଲ ରହିଛି। ଏକ୍ସପର୍ଟସଙ୍କ କହିବା ଅନୁସାରେ ପିପିଏଫ ଓ ସୁକନ୍ୟା ସ୍କିମରେ ସୁଧ ଉପରେ ରିହାତି ମିଳିବ।

ଟ୍ୟାକ୍ସ ଏକ୍ସପର୍ଟ ମୁକେଶ ପଟେଲଙ୍କ କହିବା ଅନୁସାରେ ନୂଆ ଟ୍ୟାକ୍ସ କ୍ଷେତ୍ରରେ ପିପିଏଫ ଓ ଇପିଏଫ୍‌ ନିବେଶ ଉପରେ ଟ୍ୟାକ୍ସରେ ରିହାତି ମିଳିବ ନାହିଁ। କିନ୍ତୁ ପିପିଏଫ ଖାତାରେ ଆସୁଥିବା ସୁଧ ଉପରେ ରିହାତି ମିଳିବ। କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରୋଭିଡେଣ୍ଡ ଫଣ୍ଡର ସୁଧ ଉପରେ କୌଣସି ଟ୍ୟାକ୍ସ ମିଳିବ ନାହିଁ। ନୂଆ ଟ୍ୟାକ୍ସରେ ପିପିଏଫ ଖାତାରେ ଜମା କରିଥିବା ରାଶି ଉପରେ ଟ୍ୟାକ୍ସରେ ରିହାତି ମିଳିବ।ଏଥିସହ ଦରମାରୁ କଟୁଥିବା ଇପିଏଫ ଉପରେ ୯.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଉପରେ କୌଣସି ଟ୍ୟାକ୍ସ ମିଳିବ ନାହିଁ।

ଟ୍ୟାକ୍ସ ଏକ୍ପପର୍ଟଙ୍କ କହିବା ଅନୁସାରେ ପୁରୁଣା ଟ୍ୟାକ୍ସ ସିଷ୍ଟମରେ ରିହାତି ସହ ପୁରୁଣା ସବୁ ଫାଇଦା ମିଳିବ। ନୂଆ ଟ୍ୟାକ୍ସ ସିଷ୍ଟମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିଥିବା ବ୍ୟକ୍ତି ସୁଧ ଉପରେ କୌଣସି ଟ୍ୟାକ୍ସ ଦେବେ ନାହିଁ। ଯଦି ସରଳ ଭାଷାରେ କହିବା ତେବେ ସୁକନ୍ୟା ସମୃଦ୍ଧି ଯୋଜନାରେ କୌଣସି ଟ୍ୟାକ୍ସ ଦିଆଯିବ ନାହିଁ। ତେବେ ସୁକନ୍ୟା ସମୃଦ୍ଧି ସ୍କିମରେ ୮୦ସି ଆଧାରରେ ୧.୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.