WTC ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆର ବଡ଼ ପରିବର୍ତ୍ତନ, ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲରଙ୍କୁ ମିଳିଲାନି ସ୍ଥାନ
7/06/2023 at 5:01 PM

ଲଣ୍ଡନ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ଆଜି ଲଣ୍ଡନର ଦ ଓଭାଲ ମଇଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବଡ଼ ମୁକାବିଲାରେ ରୋହିତ ଶର୍ମା କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚୂଡାନ୍ତ ଏକାଦଶରେ ଜଣେ ସ୍ପିନର ଏବଂ ୪ ଦ୍ରୁତ ବୋଲର ସହ ପଡ଼ିଆକୁ ଓହ୍ଲାଇଛନ୍ତି।
ଅଧିନାୟକ ରୋହିତ ଶର୍ମା ଡବ୍ଳ୍ୟୁଟିସିର ଦ୍ଵିତୀୟ ସଂସ୍କରଣରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସୁଯୋଗ ଦେଇ ନାହାନ୍ତି। ତାଙ୍କୁ ଚୂଡାନ୍ତ ଏକାଦଶରୁ ବାହାରେ ରଖା ଯାଇଛି। ଏଥିସହ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ମଧ୍ୟ ସ୍ଥାନ ମିଳିନି। ରୋହିତଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି ଯେ, ଏହି ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଉପଯୋଗୀ।

ବର୍ତ୍ତମାନ ଭାରତୀୟ ଦଳରେ ସାମିଲ୍ ଖେଳାଳିଙ୍କ ମଧ୍ୟରୁ ଅଶ୍ଵିନ ହିଁ WTC 2023 ସିଜିନରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର। ସେ ୧୩ଟି ମ୍ୟାଚ୍ରେ ସର୍ବାଧିକ ୬୧ ଓ୍ଵିକେଟ୍ ଦଖଲ କରିଛନ୍ତି। ଦ୍ଵିତୀୟ ସ୍ଥାନରେ ଅଛନ୍ତି ରବୀନ୍ଦ୍ର ଜାଡ଼େଜା ଯିଏ ୪୨ ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ ଲଣ୍ଡନର ପାଣିପାଗ ଏବଂ ପିଚ୍କୁ ଦୃଷ୍ଟିରେ ରଖି ବିଶ୍ଵର ଏକ ନମ୍ବର ବୋଲର ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେବାକୁ ବାଧ୍ୟ ହୋଇଛନ୍ତି ଅଧିନାୟକ ରୋହିତ।
ଏ ଖବର ପଢନ୍ତୁ- ଶୁବମନଙ୍କୁ ହାର୍ଟ ଇମୋଜି ଦେଲେ ସାରା, ହାର୍ଦ୍ଦିକ କହିଲେ-ମୋଷ୍ଟ ଓ୍ୱେଲକମ୍ ଫ୍ରମ୍…
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ।
ଅଷ୍ଟ୍ରେଲିଆ ଦଳ
ଡେଭିଡ୍ ଓ୍ବାର୍ଣ୍ଣର, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ଷ୍ଟିଭ୍ ସ୍ମିଥ୍, ଟ୍ରେଭିସ୍ ହେଡ୍, କ୍ୟାମେରୁନ ଗ୍ରୀନ, ଆଲେକ୍ସ କେରି(ଓ୍ଵିକେଟ୍ କିପର), ପାଟ୍ କମିନ୍ସ(ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ ଲିୟନ, ସ୍କଟ୍ ବୋଲାଣ୍ଡ।