Good News ! ଖୁବ୍ ସ୍ପେଶାଲ ହେବ ବିଗ୍ ବିଙ୍କ ଜନ୍ମଦିନ, ଜାଣନ୍ତୁ କାହିଁକି ?
1/10/2023 at 3:09 PM

ମୁମ୍ଵାଇ ୦୧।୧୦: ଅକ୍ଟୋବର ୧୧ରେ ବିଗ୍ ବି ପାଳିବେ ୮୧ତମ ଜନ୍ମଦିନ । ସବୁ ଥରଠାରୁ ଚଳିତ ବର୍ଷ ଜନ୍ମଦିନରେ କିଛି ଭିନ୍ନ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କର ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ ବିଗ୍ ବିଙ୍କ ସ୍ମୃତି ସହ ଜଡ଼ିତ ତଥା ସେ ଅଭିନୟ କରିଥିବା ଫିଲ୍ମରେ ବ୍ୟବହୃତ ଜିନିଷ ସବୁକୁ ଫ୍ୟାନ୍ସଙ୍କ ଗହଣରେ ନିଲାମ କରାଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର…

ଭାରତୀୟ ସିନେମାର ଶେହନଶାହ ଅମିତାଭ ବଚ୍ଚନ। ନିଜ ପ୍ରତିଭା ବଳରେ ହିନ୍ଦୀ ସିନେମାରେ ଏକ ଅଦୃଶ୍ୟ ଛାପ ଛାଡ଼ିଛନ୍ତି । ୫ଦଶକରୁ ଅଧିକ ସମୟର ଲମ୍ବା କ୍ୟାରିୟରରେ ସେ କେବଳ ଅଭିନୟ ପାଇଁ ନୁହେଁ ବରଂ ସିନେମାଜଗତର ଜଣେ ଦିଗଜ୍ଜ ତାରକା ଭାବେ ପରିଚିତ । ୧୧ଅକ୍ଟୋବର ୨୦୨୩ରେ ଅମିତାଭ ବଚ୍ଚନଙ୍କ ୮୧ତମ ଜନ୍ମଦିନ ହେବ । ଏହା ପୂର୍ବରୁ ତାଙ୍କର ଫିଲ୍ମରେ ବ୍ୟବହାର ହୋଇଥିବା ବିଭିନ୍ନ ଜିନିଷକୁ ନିଲାମ କରାଯାଇ ଜନ୍ମଦିନ ପାଳନ କରାଯିବ । ନିଲାମୀ ଡି ‘ରିଓ୍ବାଜ ଏଣ୍ଡ ଆଇସ୍ବ ଦ୍ବାରା କରାଯିବ, ଯାହା ୫ରୁ ୭ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।

ଏହି କାର୍ଯ୍ୟକ୍ରମରେ ନା କେବଳ ବଚ୍ଚନ ସାହେବଙ୍କ ଫିଲ୍ମରେ ବ୍ୟବହୃତ ହୋଇଥିବା ବସ୍ତୁର ନିଲାମି ହେବ ବରଂ ଫ୍ୟାନ୍ସଙ୍କୁ ତାଙ୍କ କ୍ୟାରିୟରକୁ ପୁଣି ଥରେ ଜୀବିତ କରିବାର ସୁଯୋଗ ଦିଆଯିବ । ନିଲାମୀରେ ସାମିଲ କରାଯିବା ସାମଗ୍ରୀ ମଧ୍ୟରେ ତାଙ୍କ ଫିଲ୍ମର ପୋଷ୍ଟର, ଫଟୋ, କାର୍ଡ଼, ବହି ଏବଂ ଜୀବନ୍ତ କଳାକୃତି ସାମିଲ ରହିଛି । ନିଲାମୀରେ ଜଞ୍ଜିର, ଦିଓ୍ବାର, ଫରାର, ଶୋଲେ ଭଳି ଆଇକନିକ ଫିଲ୍ମ ସହ ଯୋଡ଼ି ହୋଇଥିବା ସ୍ମୃତିଭରା ବସ୍ତୁ ସବୁ ରହିବ । ଏଥିରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ପୁଣି ଥରେ ଅମିତାଭଙ୍କ ସହ ଥିବା ସ୍ମୃତିକୁ ତାଜା କରିବାକୁ ସୁଯୋଗ ମିଳିବ । ଏହାବ୍ୟତୀତ ପ୍ରସିଦ୍ଧ ଗ୍ଲାମର ଫଟୋଗ୍ରାଫର ଗୌତମ ରାଜଧ୍ୟକ୍ଷଙ୍କ ଦ୍ବାରା ଶୁଟ୍ କରାଯାଇଥିବା ଅମିତାଭ ବଚ୍ଚନଙ୍କ ଏକ ଷ୍ଟୁଡିଓ ଫଟୋ ବି ରହିବ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ମୃତି ସହ ଜଡ଼ିତ ଥିବା ବସ୍ତୁ ନିଲାମୀକୁ ନେଇ ବିଶେଷ ପ୍ରସ୍ତୁତି ହୋଇସାରିଛି ।