ସାନଭାଇର କଟୁରୀ ଚୋଟରେ ବଡଭାଇ ଗୁରୁତର
19/09/2018 at 10:49 AM

ଢେଙ୍କାନାଳ ୧୯/୯:ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଘରୋଇ ବିବାଦକୁ ଦେଇ ମରଣାନ୍ତକ ଆକ୍ରମଣ ହୋଇଛି। ଗତ ରାତ୍ରୀରେ ସାନଭାଇ ଏକ କଟୁରୀରେ ବଡ ଭାଇକୁ ହାଣି ପକାଇଥିବା ଜଣାପଡିଛି। ଫଳରେ ବଡ ଭାଇ ଜାଗର ବେହେରାଙ୍କ ମୁହଁ, ମୁଣ୍ଡ ଓ ଛାତିରେ ଗଭୀର କଟୁରୀ ଚୋଟ ଲାଗିଥିବାବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ତାନାନ୍ତରିତ କରାଯାଇଥିବା ଜଣାପଡିଛି।
Related Posts
ବୋଲେରୋ ସହିତ ୨୩ କିଲୋ ଗଞ୍ଜେଇ ଜବତ; ୨ ଚୋରା ଚାଲାଣକାରୀ ଗିରଫ
16 August 2022
ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ..
16 August 2022
ଅଭାବନୀୟ : ଗଛରେ ଝୁଲୁଛି ମାଆ ଏବଂ ପୁଅଙ୍କ ମୃତଦେହ
15 August 2022