ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର; ୩ଗୁଣା ବଢ଼ିଲା ପ୍ଲାଟ୍‌ଫର୍ମ ଟିକେଟ୍‌ ମୂଲ୍ୟ  

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ ୦୪/୧୦:  ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଖବର। ପାର୍ବଣ ଋତୁ ପୂର୍ବରୁ ଭାରତୀୟ ରେଳ ବିଭାଗ ପୁଣିଥରେ ପ୍ଲାଟ୍‌ଫର୍ମ ଟିକେଟ୍‌ର ମୂଲ୍ୟ ବଢ଼ାଇଦେଇଛି। ସୂଚନା ଅନୁସାରେ, ପ୍ଲାଟ୍‌ଫର୍ମ ଟିକେଟ୍‌ର ଏବେ ମୂଲ୍ୟ ୩ ଗୁଣା ବଢ଼ିଛି, ଯାହା ଫଳରେ ରେଳ ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି।  

ଖବର ଅନୁସାରେ, ଏବେ ଦିଲ୍ଲୀରେ ପ୍ରମୁଖ ଷ୍ଟେସନ୍‌ମାନଙ୍କରେ ଯାତ୍ରୀମାନଙ୍କୁ ଅଧିକ ୩ ଗୁଣା ଟଙ୍କା ଦେଇ ପ୍ଲାଟ୍‌ଫର୍ମ ଟିକେଟ୍‌ କିଣିବାକୁ ପଡ଼ିବ। ପୂର୍ବରୁ ଯେଉଁଠି ମାତ୍ର ୧୦ ଟଙ୍କାରେ ଯାତ୍ରୀମାନଙ୍କୁ ଏହି ଟିକେଟ୍‌ ଉପଲବ୍ଧ ହେଉଥିଲା ଏବେ ୩ଗୁଣା ଅଧିକ ବା ୩୦ଟଙ୍କାରେ ଏହି ଟିକେଟ୍‌ ମିଳିବ।

ସୂଚନା ଅନୁସାରେ, ରେଳ ଷ୍ଟେସନଗୁଡ଼ିକରେ ପୂଜା ପାର୍ବଣ ସମୟରେ ବହୁତ ଭିଡ଼ ହୋଇଥାଏ। ଯାତ୍ରୀଙ୍କ ସହିତ ତାଙ୍କ ସମ୍ପର୍କୀୟମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ରେଳ ଷ୍ଟେସନ୍‌ରେ ପ୍ରବଳ ଭିଡ଼ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ୍‌ରେ ଭିଡ଼ କମାଇବାକୁ ରେଳ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଆଗାମୀ ଛଟ୍‌ ପୂଜା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ୩୦ ଟଙ୍କାରେ ମିଳିବ ବୋଲି ଜଣାପଡ଼ିଛି।   

ଏନେଇ ମଙ୍ଗଳବାର ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛିଯେ, ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ନିଜମୁଦ୍ଦିନ୍‌, ଆନନ୍ଦବିଦହାର, ଏବଂ ଗାଜିଆବାଦ୍‌ ଇତ୍ୟାଦି ଷ୍ଟେସନ୍‌ରେ ଅକ୍ଟୋବର ୫ରୁ ଅକ୍ଟୋବର୍‌ ୩୧ ପର୍ଯ୍ଯନ୍ତ ପ୍ଲାଟ୍‌ଫର୍ମ ଟିକେଟ୍‌ ୩୦ ଟଙ୍କାରେ ମିଳିବ, ଯାହାକି ଏବେ ୧୦ ଟଙ୍କାରେ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.