ଅନୁପ ଜଲୋଟା ଓ ତାଙ୍କଠୁ ୩୭ ବର୍ଷ ସାନ ୨୮ବର୍ଷ ବୟସ୍କା ନୂଆ ଗର୍ଲଫ୍ରେଣ୍ଡ ଜସଲିନ୍ ମଥାରୁ ଏଥର ବିଗବସର ମୁଖ୍ୟ ଆକର୍ଷଣ

Published By : Prameya-News7 Bureau | September 18, 2018 IST

ମୁମ୍ବାଇ ୧୮|୯: ଏବେ ମେଗା ଶୋ’ ବିଗ୍ବସ୍କୁ ନେଇ ଚର୍ଚ୍ଚା। କାରଣ ଏଥର ବିଗବସ୍-୧୨କୁ ଏଣ୍ଟ୍ରୀ କରିଛନ୍ତି ଐସି ଲଗି ଲଗନ୍, ମୀରା ହୋଗୟୀ ମଗନ୍’ ଫେମ୍ ସିଙ୍ଗର ଅନୁପ ଜଲୋଟା। ଆଉ ଏଇ ମଞ୍ଚରେ ଏମିତି ଗୋଟେ ରାଜ୍ ଖୋଲିଛି, ଯାହା ଦର୍ଶକଙ୍କ ଏକସାଇଟ୍ମେଣ୍ଟ ବଢ଼ାଇ ଦେଇଛି। କାରଣ ଏଇ ମଞ୍ଚକୁ ଅନୁପଙ୍କ ସହ ଆଉ ଜଣେ ବି ଏଣ୍ଟ୍ରି କରୁଛନ୍ତି, ଜସଲିନ୍ ମଥାରୁ। ତାଙ୍କଠାରୁ ୩୭ ବର୍ଷ ସାନ ୨୮ ବର୍ଷ ବୟସ୍କା ଜସଲିନ୍ ହେଉଛନ୍ତି କାଳେ ଅନୁପ ଜଲୋଟାଙ୍କ ନୂଆ ଗର୍ଲଫ୍ରେଣ୍ଡ। କିନ୍ତୁ ଏହା କ’ଣ ସତ ? କିଛି ତ କହୁଛନ୍ତି, ପ୍ରୋପାଗଣ୍ଡା ପାଇଁ ଏହା ହେଉଛି ସରଭାଇଭାଲ୍ ଷ୍ଟ୍ରାଟେଜି। ପୂରା ପୂର୍ବ ପ୍ରାୟୋଜିତ। କାର୍ଯ୍ୟକ୍ରମଟି କେମିତି ଚର୍ଚାରେ ରହିବ, ସେ ନେଇ ଏହା ଏକପ୍ରକାରର ଟ୍ରିକ୍ସ୍। [gallery ids="43662"] ଆରମ୍ଭ ହୋଇଛି ଏକ ଘରୋଇ ଟିଭି ଚ୍ୟାନେଲ୍ର ମେଗା ଶୋ’ ବିଗବସ୍-୧୨। ଢ଼େର ଯୋଡ଼ି ତ କଣ୍ଟେଷ୍ଟେଣ୍ଟଭାବେ ଏଣ୍ଟ୍ରି ମାରିଛନ୍ତି, ଆଉ ଶୋ’କୁ ଆମେ ମେଗା ଶୋ’ ସେତିକିବେଳେ କହୁଛୁ, ଯେତେବେଳେ ଦେଖିବାକୁ ମିଳିଛି କି, କଣ୍ଟେଷ୍ଟେଣ୍ଟଭାବେ ବି ଏଣ୍ଟ୍ରି ମାରିଛନ୍ତି ଗଜଲ ଗାୟକ ଅନୁପ ଜଲୋଟା ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜସଲିନ୍ ମଥାରୁ। [gallery ids="43667"] ଆଉ ଏଇ ବିଗ୍ବସ୍ ଷ୍ଟେଜ୍ରେ ହିଁ ଖୋଲିଛି ଅନୁପ ଜଲୋଟାଙ୍କ ରାଜ୍। ଜଣାଯାଇଛି, ୬୫ ବର୍ଷ ବୟସ୍କ ଅନୁପ ଜଲୋଟାଙ୍କ ନୂଆ ଗର୍ଲଫ୍ରେଣ୍ଡ ହେଉଛନ୍ତି, ତାଙ୍କଠାରୁ ୩୭ ବର୍ଷ ସାନ ୨୮ ବର୍ଷ ବୟସ୍କା ଏଇ ଜସଲିନ୍ ମଥାରୁ। ଅନୁପ ଏମିତି , ଯିଏ ଫୋର ଟାଇମ୍ ଲକି, ଯାହାଙ୍କ ପାଖରେ ଇମୋଶନ୍ ଅଛି, ଆଉ ତାଙ୍କୁ ମିଳିଛି ଜଣେ ୟଙ୍ଗ୍, ଅପ୍ଡ଼େଟ୍ ଏବଂ ସ୍ମାର୍ଟ ଗର୍ଲ । ତେବେ ଏଭଳି ଆଫେୟାର୍ସ ଅନୁପଙ୍କର ପ୍ରଥମ ନୁହେଁ। ଅନୁପଙ୍କ ପ୍ରଥମ ଆଫେୟାର୍ସ ୧୯୮୦ରେ ଯେବେ ହୋଇଥିଲା, ସେତେବେଳେ ଜସଲିନ୍ଙ୍କ ଜନ୍ମ ବି ହୋଇ ନଥିଲା। ତେବେ ପ୍ରଥମେ ‘ଐସି ଲଗି ଲଗନ୍, ମୀରା ହୋଗୟୀ ମଗନ୍ ଗାଇଗାଇ ଷ୍ଟେଜକୁ ଏଣ୍ଟ୍ରୀ ମାରିଥିଲେ ଅନୁପ। କିଛିସମୟ ପରେ ଏକ ଭିଡ଼ିଓ ପ୍ଲେ କରାଗଲା, ଯେଉଁଥିରେ ସେ ତାଙ୍କ ଶିଷ୍ୟା ଜସଲିନ୍ ମଥାରୁଙ୍କ ସହ ଦେଖାଯାଉଥିଲେ। ଆଉ ଏଇ ଭିଡ଼ିଓରେ ସେମାନେ ସେମାନଙ୍କ ରିଲେସନଶିପ୍ କଥା ଶୁଣାଇଥିଲେ ଅନୁପ ଆଉ ଜସଲିନ୍। ’କୁହାଯାଉଛି, ୩ ବର୍ଷ ଆଗରୁ ସେମାନଙ୍କ ଭିତରେ ଡେଟ୍ ଚାଲିଛି, ଆଉ ବୟସର ଏତେ ବ୍ୟବଧାନ ପରେ ବି ସଂପର୍କରେ କିଛି ଅସୁବିଧା ନାହିଁ ଶୁଣାଇଛନ୍ତି ପେସାରେ ଗାୟିକା ଜସଲିନ୍। [gallery ids="43663"] ଯେତେବେଳେ ତାଙ୍କୁ ପଚରାଗଲା ଯେ, ଏ ସମ୍ପର୍କ କେତେଦିନ ଚାଲିବ ? କହିଁ ୟେ ଚିଡ଼ିୟା ଉଡ଼୍ ଗଇ ତୋ ଓ୍ବେ ଅକେଲେ ରହ ଜାୟେଙ୍ଗେ। ଆଉ ଏତିକିବେଳେ ମଞ୍ଚରେ ଥିବା ଅଭିନେତା ସଲମନ ଖାନ୍ କହିଥିଲେ କି, ୟଦି ୟେ ଚିଡ଼ିୟା ଉଡ଼୍ ଗଇ ତୋ ଦୁସ୍ରି ଆ ଜାଏଗୀ। ଏମିତି କୁହାଯାଉଛି କି, ଏସବୁ କିଛି ପ୍ରାୟୋଜିତ। ଧ୍ୟାନ ଆକର୍ଷଣ ପାଇଁ ଏମିତି ଯୋଜନା ତିଆରି କରାଯାଇଛି। ଏହା ହେଉଛି ସରଭାଇଭଲ୍ ଷ୍ଟ୍ରାଟେଜି। ଏମିତି କରିବା ଏବେ ଗୋଟେ ଟ୍ରେଣ୍ଡ ପାଲଟିଯାଇଛି।ତେବେ ସତରେ ଅନୁପ ଏବଂ ଜସଲିନ୍ଙ୍କ ଭିତରେ ସମ୍ପର୍କ ଥାଉ କିମ୍ବା ଏହା ପୂର୍ବ ପ୍ରାୟୋଜିତ ହେଉ, ଗୋଟେ କଥା ତ ଠିକ୍, ଏଇ ଦୁଇ ଯୋଡ଼ିଙ୍କୁ ନେଇ ଖୁବ୍ ଜମିବ ଏଇ ମେଗା ଶୋ’ । [gallery ids="43666"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.