Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ECଙ୍କ କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇବାକୁ ପିଟିସନ ଅଗ୍ରାହ୍ୟ

15/11/2022 at 8:01 PM

ନୂଆଦିଲ୍ଲୀ ୧୫।୧୧: ଦିଲ୍ଲୀ ହାଇକୋର୍ଟ ନିର୍ବାଚନ ଚିହ୍ନ ମାମଲାରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ଝଟକା ଦେଇଛନ୍ତି।  ହାଇକୋର୍ଟ ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଏକ ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ଶିବ ସେନାର ନିର୍ବାଚନ ଚିହ୍ନ ଧନୁ ଓ ତୀରକୁ ଫ୍ରିଜ କରିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ଉଦ୍ଧବ ଚାଲେଞ୍ଜ କରିଥିଲେ। ଏକ ନାଥ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀଙ୍କ ବିବାଦରେ ଇସିଆଇ ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ଫ୍ରିଜ କରିଦେଇଥିଲେ। ଏହା ବିରୋଧରେ ଉଦ୍ଧବ ଠାକରେ ଦିଲ୍ଲୀ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।

ତେବେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ପିଟିସନକୁ ଖାରଜ କରିଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜନିଜର ଦାବି କରିବା ଯୋଗୁ ଦିଲ୍ଲୀ ହାଇକୋର୍ଟ ଜଜ୍ ସଞ୍ଜୀବ ନରୁଲା ଇସିଆଇଙ୍କୁ ନିର୍ବାଚନ ଚିହ୍ନ ଓ ପାର୍ଟିର ନାମକୁ ନେଇ କାର୍ଯ୍ୟାନୁଷ୍ଠାନ ଶୀଘ୍ରାତିଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ସେହି ଅନୁସାରେ ଇସିଆଇ ଅକ୍ଟୋବର ୮ ତାରିଖ ଦିନ ଏକ ଅନ୍ତରୀଣ ଆଦେଶ ଜାରି କରି ଶିବସେନା ନାମ ଓ ନିର୍ବାଚନ ଚିହ୍ନକୁ ଉଭୟ ଗୋଷ୍ଠୀଙ୍କ ବ୍ୟବହାର ନିମନ୍ତେ ରୋକ ଲଗାଇଥିଲେ।

ଇସିଆଇ ଅନୂପଚନ୍ଦ୍ର ପାଣ୍ଡେ ଉଭୟ ଗୋଷ୍ଠୀଙ୍କୁ ସେମାନଙ୍କ ପାର୍ଟିର ନୂଆ ନାମ ଓ ନିର୍ବାଚନ ସଙ୍କେତ ଚୟନ ଲାଗି ସ୍ୱାଧୀନ ବୋଲି କହିଥିବାବେଳେ ପୂରୁଣା ପାର୍ଟିର ନାମ ଅଥବା ନିର୍ବାଚନ ଚିହ୍ନ ଉପରେ ଦାବି ନ କରିବାକୁ କହିଥିଲେ। ସେହି ଅନୁସାରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କୁ ମସାଲ ଚିହ୍ନ ଦେଇଥିବା ବେଳେ ସିନ୍ଦେ ଗୋଷ୍ଠୀଙ୍କୁ ଢାଲ ଓ ତରବାରୀ ଚିହ୍ନ ଦେଇଛନ୍ତି।

   Related Posts