scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିମ୍ ଇଣ୍ଡିଆକୁ ବଡ ଝଟକା !  ବ୍ୟାଟିଂ ସମୟରେ ଆହତ ହେଲେ ଷ୍ଟାର ଖେଳାଳି

6/06/2022 at 8:47 PM

ନୂଆଦିଲ୍ଲୀ; ଉତ୍ତର ପ୍ରଦେଶ ବିପକ୍ଷରେ ଜାରି ରଣଜୀ ଟ୍ରଫିର ତୃତୀୟ କ୍ଵାର୍ଟର ଫାଇନାଲ୍ ମୁକାବିଲାରେ କର୍ଣ୍ଣାଟକ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ଓପନିଂ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲ ଆହତ ହୋଇଛନ୍ତି। ପଡିଆରେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଅଗ୍ରଓ୍ଵାଲଙ୍କୁ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ଚୟନ କରାଯାଇ ନାହିଁ।

ମ୍ୟାଚର ୭ମ ଓଭରରେ ଶିବମ ମାଭି ବୋଲିଂ କରୁଥିଲେ। ମାଭିଙ୍କ ଶେଷ ବଲ୍ ସଟ୍ ଥିଲା ଏବଂ ଏହାକୁ ଖେଳିବାରେ ବିଫଳ ହୋଇଥିଲେ ମୟଙ୍କ ଅଗ୍ରଓ୍ଵାଲ। ବଲ୍ ପ୍ରଥମେ ହାତରେ ବାଜି ଛାତି ପଞ୍ଜରାରେ ବାଜିଥିଲା। ଶରୀରରେ ବଲ୍ ବାଜିବା ପରେ ସେ ଯନ୍ତ୍ରଣାରେ ଛଟପଟ୍ ହୋଇଥିଲେ। ଫିଜିଓ ଆସି ଯନ୍ତ୍ରଣାକୁ ଉପଶମ କରିଥିଲେ। ପୁଣି ମୟଙ୍କ ବ୍ୟାଟିଂ ଜାରି ରଖିଥିଲେ। ହେଲେ କିଛି ଖାସ୍ କରି ପାରିନଥିଲେ ଏବଂ ୧୦ ରନ କରି ପାଭିଲିୟନ ଫେରିଥିଲେ।

ଆଇପିଏଲ ୨୦୨୨ରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଉମରାନ ମଲିକଙ୍କ ବଲ୍‌ରେ ମୟଙ୍କ ଅଗ୍ରଓ୍ଵାଲ ଆହତ ହୋଇଥିଲେ। ମୟଙ୍କଙ୍କ ଏହି ପରି ବାରମ୍ବାର ଆହତ ହେବା ଭାରତୀୟ ଦଳ ପାଇଁ ଶୁଭଙ୍କର ନୁହେଁ। ମୟଙ୍କ ଏବେ ଦଳରୁ ବାହାରେ ଥିଲେ ହେଁ, ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତ୍ତା ସର୍ବଦା ନଜର ରଖିଥାନ୍ତି। ମୟଙ୍କ ଟେଷ୍ଟରେ ୧୬ଟି ମ୍ୟାଚ୍ ଖେଳି ୪୩.୩୦ ହାରରେ ୧୪୨୯ ରନ କରିଛନ୍ତି। ଏଥିରେ ୪ ଶତକ ଏବଂ ୬ ଅର୍ଦ୍ଧଶତକ ସାମିଲ୍। ଟେଷ୍ଟରେ ତାଙ୍କର ସବୋର୍ଚ୍ଚ ସ୍କୋର ୨୪୩ ରନ ରହିଛି।

   Related Posts