scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକରେ ଚଡିକୁ ନେଇ ଜୋର ଧରିଲା ରାଜନୀତି, ସିଦ୍ଧରମୈୟାଙ୍କୁ ଏମିତି ଜବାବ ଦେଲା ଆରଏସଏସ

6/06/2022 at 9:42 PM

ବେଙ୍ଗାଲୁରୁ; କର୍ଣ୍ଣାଟକରେ ସଂପ୍ରତି ରାଜନୀତିର ଶିରୋନାମା ପାଲଟିଛି ଚଡି। ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ତୁମ୍ବି ତୋଫାନ। ଏବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(ଆରଏସଏସ) କର୍ଣ୍ଣାଟକ କଂଗ୍ରେସ ନିକଟକୁ ଚଡି ପଠାଇଛି। କଂଗ୍ରେସ ନେତା ସିଦ୍ଧରାମୈୟା କହିଥିଲେ, ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ବିରୋଧ ସଙ୍କେତ ସ୍ଵରୂପ ଚଡି ପୋଡାଯିବା। ଏବେ ଏହାର ଜବାବରେ ଆରଏସଏସ କଂଗ୍ରେସ କାର୍ଯ୍ୟାଳୟକୁ ଚଡି ପଠାଇବା ଆରମ୍ଭ କରିଛି।

ଗତ ସପ୍ତାହରେ କଂଗ୍ରେସ ଛାତ୍ର ଶାଖା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ(NSUI)ର କିଛି ସଦସ୍ୟ ରାଜ୍ୟ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ ଘର ବାହାରେ ସର୍ଟ୍ସ ଜଳାଇଥିଲା। କଂଗ୍ରେସ ରାଜ୍ୟର ପାଠ୍ୟ ପୁସ୍ତକର ଗେରୁଆକରଣ ବିରୋଧରେ ଏମିତି ପ୍ରଦର୍ଶନ କରିଥିଲା। ରବିବାର କର୍ଣ୍ଣାଟକର ବିରୋଧୀ ଦଳ ନେତା ସିଦ୍ଧରମୈୟା କହିଛନ୍ତି, NSUI ସଦସ୍ୟ ପୋଲିସ ସାମ୍ନାରେ ଚଡି ଜଳାଇଛନ୍ତି। ଏଥିରେ କଣ ଅଛି ? ଆମେ ଆରଏସଏସର ବିରୋଧରେ ପ୍ରତିଟି ସ୍ଥାନରେ ଚଡି ଜଳାଇବୁ।

ଏହାର ଜବାବରେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସିଦ୍ଧରମୈୟା ଏବଂ କଂଗ୍ରେସ ପାର୍ଟିର ଚଡି ପୂର୍ବରୁ ଢିଲା ହୋଇ ଯାଇଛି। ଏଥିପାଇଁ ସେମାନେ ଚଡି ପୋଡିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶରେ ସେମାନଙ୍କର ଚଡି  ହଜି ଯାଇଛି। ସିଦ୍ଧରମୈୟା ଚାମୁଣ୍ଡେଶ୍ଵରୀରେ ନିଜର ଚଡି ଏବଂ ଲୁଙ୍ଗି ହଜାଇ ଦେଇଛନ୍ତି। ପ୍ରତି ଜବାବ ପାଇଁ ସେମାନେ ସଂଘର ଚଡି ଜଳାଇବାକୁ ଉଦ୍ୟମ କରୁଛନ୍ତି। ଏବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ବୟାନ ବିରୋଧରେ ଦକ୍ଷିନପନ୍ଥୀ କାର୍ଯ୍ୟକର୍ତ୍ତା ଚଡି ଏକତ୍ର କରି ବକ୍ସରେ ଭର୍ତ୍ତି କରି କଂଗ୍ରେସ କାର୍ଯ୍ୟାଳୟ ପଠାଉଛନ୍ତି।

   Related Posts