ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦ. ଆଫ୍ରିକା ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା, ପାଣ୍ଡ୍ୟାଙ୍କ ସମେତ ତିନି ଖେଳାଳି ବାଦ୍

26/09/2022 at 9:24 PM

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା। ଆହତଜନିତ ସମସ୍ୟା କାରଣରୁ ଦୁଇ ତାରକା ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍ ପଡିଛନ୍ତି। ଅନ୍ୟପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଏହି ତିନି ଖେଳାଳି ଦଳରେ ନହେବା ସିରିଜ୍‌ରେ ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ।

ପିଟିଆଇ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିଛି। ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି। ଉମେଶ ଯାଦବ ଦଳ ସହିତ ସୋମବାର ତିରୁଅନନ୍ତପୁରମ ପହଞ୍ଚିଛନ୍ତି।

ଦୀପକ ହୁଡ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ରବିବାର ବିସିସିଆଇ ସୂଚନା ଦେଇଥିଲା। ଆହତ କାରଣରୁ ହୁଡ୍ଡା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଚୟନ ପାଇଁ ଉପଲବ୍ଧ ନଥିଲେ। ଏବେ ଦୀପକ ହୁଡ୍ଡା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବରେ ରହି ପାରନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଅଦ୍ୟାବଧି ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଦୀପକ ଚହର, ଯଶପ୍ରୀତ ବୁମରା, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମ୍ମଦ।

   Related Posts