vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଆଉ ଚଳିବନି ମନମୁଖୀ ଶାସନ, Google ଉପରେ ଲାଗିଲା ୧୩୦୦ କୋଟି ଟଙ୍କା ଜରିମାନା

14/09/2021 at 6:02 PM

ନୂଆଦିଲ୍ଲୀ ୧୪/୦୯: ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ ଉପରେ ୧୭୭ ମିଲିୟନ୍‌ ଡଲାର (ପାଖାପାଖି ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି ।  ମୋବାଇଲ୍‌ ଅପରେଟିଂ ସିଷ୍ଟମ ଏବଂ ଆପ୍‌ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍‌ ପାସ କରାଇଥିଲା। ଏବେ ଏହା ଆଇନ୍‌ରେ ପରିଣତ ହୋଇଛି।

ସବୁଠୁ ବଡ଼ କଥା ହେଉଛି ଆଇନ୍‌ ଆସିବା ପରେ ପ୍ରଥମେ ଗୁଗଲ ଉପରେ ଏତେ ବଡ଼ ଜରିମାନା ଲାଗିଛି। ଅନେକ ବର୍ଷ ହେଲା ଗୁଗଲ୍‌ ଆପ୍‌ ଡେଭଲପର୍ସଙ୍କୁ ନିଜର ପେମେଣ୍ଟ ସିଷ୍ଟମ ବ୍ୟବହାର କରିବାକୁ ଚାପ ପକାଇ ଆସୁଥିଲା। ଲାଗୁ ହୋଇଥିବା ଆଇନ ଗୁଗଲ ଏବଂ ଆପଲ ଭଳି ବଡ଼ କମ୍ପାନୀର ଏକଚାଟିଆ ମନୋଭାବ ଉପରେ ପ୍ରହାର ସଦୃଶ। କୋରିଆନ୍‌ ଫାୟାର ଟ୍ରେଣ୍ଡ କମିଶନ (କେଏଫଟିସି) ୨୦୧୬ରୁ ଗୁଗଲ୍‌ ଉପରେ ନଜର ରଖିଥିଲା।

ଗୁଗଲ ଦକ୍ଷିଣ କୋରିଆର ମୋବାଇଲ୍‌ ନିର୍ମାଣ କମ୍ପାନୀ ସାମସଙ୍ଗ ଭଳି କମ୍ପାନୀକୁ ନିଜର ନୀତି ନିର୍ଦ୍ଧରଣ କରିବାରେ ବାଧା ଦେଉଥିବା କେଏଫଟିସିକୁ ପ୍ରମାଣ ମିଳିଥିଲା। ଗୁଗଲ୍‌ ଆଣ୍ଟି ଫ୍ରାଗମେଣ୍ଟେସନ୍‌ ଏଗ୍ରିମେଣ୍ଟ ଜରିଆରେ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଇବା ଯୋଗୁଁ ବଜାର ପ୍ରତିଯୋଗିତାରେ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡ଼ୁଥିଲା ବୋଲି ଅଭିଯୋଗ ହୋଇଥିଲା।

ସର୍ଚ୍ଚ ଇଞ୍ଜିନର ଏଭଳି ଏକଚାଟିଆ ବିଚାରଧାରା ପାଇଁ ସ୍ମାର୍ଟଫୋନ୍‌ ପ୍ରସ୍ତୁତକାରୀ କମ୍ପାନୀ ଆଣ୍ଡ୍ରଏଡ୍‌ ମୋଡିଫାଏଡ୍‌ ଭର୍ଜନ ମାର୍କେଟକୁ ଛାଡ଼ିପାରୁନଥିଲେ। ନିଜ ଉପରେ ଲାଗିଥିବା ମୋଟାଅଙ୍କର ଜରିମାନାକୁ ନେଇ ଗୁଗଲ ପକ୍ଷରୁ ପ୍ରତିକ୍ରିୟା ମିଳିଛି। କମ୍ପାନୀ ମତରେ, ଏଭଳି ଆଇନ୍‌ ଦ୍ବାରା ଆଣ୍ଡ୍ରଏଡ୍‌ ବ୍ୟବହାରୀଙ୍କୁ ଭଲ ସୁବିଧା ମିଳିପାରିବ ନାହିଁ। ଏହା ବ୍ୟତୀତ ଦକ୍ଷିଣ କୋରିଆ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧ ଆବେଦନ କରିବ ବୋଲି କହିଛି ଗୁଗଲ ।

   Related Posts