ତାମିଲନାଡ଼ୁ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ମିଶିଲେ ୩ ଥରର ବିଧାୟିକା ବିଜୟାଧରାନୀ

Published By : Prameya-News7 Bureau | February 24, 2024 IST

ଚେନ୍ନାଇ: ଦକ୍ଷିଣ ତାମିଲନାଡ଼ୁରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଭିଲାଭନକୋଡ ନିର୍ବାଚନ କ୍ଷେତ୍ରରୁ ତିନି ଥର ବିଧାୟିକା ଥିବା କଂଗ୍ରେସ ନେତା ବିଜୟାଧରାନୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହୋଇଛନ୍ତି। ତାଙ୍କୁ ନେଇ ଗତ କିଛି ଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ପାର୍ଟିର ଆଭ୍ୟନ୍ତରୀଣ ମତଭେଦ କାରଣରୁ ସେ ଦଳ ଛାଡ଼ିଥିବା କୁହାଯାଉଛି। ସେ ଦଳର ବରିଷ୍ଠ ନେତା ସେଲଭାପେରୁନଥାଗଇଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ। କାରଣ ସେଲଭାପେରୁନଥାଗଇ କିଛି ଦିନ ପୂର୍ବେ ସିଏଲପି ଦଳର ନେତା ଥିଲେ। ଆଉ କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ, ଯାହାକୁ ପସନ୍ଦ କରି ନ ଥିଲେ ବିଜୟାଧରାନୀ।

wp:heading {"level":4}

Also read- ବୈଠକରେ କାନ୍ଦିଲେ ବିଧାୟକ: କହିଲେ ଏଇଠି ଜଳିଛି ଏନ୍ତୁଡି, ଏଇଠି ଜଳିବ ଜୁଇ

/wp:heading

ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଶନିବାର ଆୟୋଜିତ ଏକ ସମାରୋହରେ ସେ ବିଜେପିରେ ଯୋଗ ଦେଇଛନ୍ତି। ପଦ୍ମ ଧରିବା ପରେ ଏସ ବିଜୟାଧରାନୀ  କହିଛନ୍ତି, ନିଜର ରାଜନୈତିକ କ୍ୟାରିୟର ସେ କଂଗ୍ରେସରୁ ଆରମ୍ଭ କରିଥିଲେ ଏବଂ ଦୀର୍ଘ ସମୟ ଧରିଥିଲେ। କିନ୍ତୁ ପ୍ରଥମ ଥର ପାର୍ଟି ପରିବର୍ତ୍ତନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତର ଛବି ଅନ୍ତର୍ଜାତୀୟ ସ୍ତରରେ ସୁଧୁରିଛି। ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ଭାରତ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରୋତ୍ସାହିତ କରାଯାଉ ନାହିଁ। ବିଜେପିକୁ ଆହୁରି ମଜବୁତ କରିବା ଉଚିତ୍। ଆଗାମୀ ସମୟରେ ତାମିଲନାଡ଼ୁରେ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେପି ଶାନରେ ମହିଳାଙ୍କ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି ଓ ମୋଦୀ  ଜୀଙ୍କ ନେତୃତ୍ଵ ଏହି ଦେଶ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ବିଜୟାଧରାନୀ କହିଛନ୍ତି।

wp:html /wp:html

ବିଜୟାଧରାନୀଙ୍କ ବିଜେପିରେ ସାମିଲ୍ ହେବା କଂଗ୍ରେସକୁ ବଡ଼ ଝଟକା ଲାଗିଛି। ତାମିଲନାଡୁ ପରି ଦକ୍ଷିଣ ଭାରତୀୟ ରାଜ୍ୟରେ କୌଣସି ବିଧାୟକ ବିଜେପିରେ ସାମିଲ୍ ହେବା ପ୍ରଥମ ଘଟଣା।  ତାମିଲନାଡୁରେ ବିଜୟାଧରାନୀ କଂଗ୍ରେସର ପ୍ରମୁଖ ଚେହେରା ଥିଲେ। ତେବେ ଦଳର କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ହୋଇ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ବିଜୟାଧରାନୀ ୨୦୧୬ରେ ସର୍ବଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇଥିଲେ। ଏହା ସହିତ ସେ କର୍ଣ୍ଣାଟକର ପ୍ରଭାରୀ ମଧ୍ୟ ଥିଲେ।  ଏହା ବାଦ୍ ବିଜୟାଧରାନୀ ତାମିଲନାଡ଼ୁ ବିଧାନସଭାରେ କଂଗ୍ରେସର ମୁଖ୍ୟ ସଚେତକ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.