ପଶ୍ଚିମବଙ୍ଗରେ ବିଜେପିକୁ ବଡ଼ ଝଟକା, ଟିଏମସିରେ ମିଶିଲେ ସାଂସଦ ଅର୍ଜୁନ ସିଂହ
22/05/2022 at 7:00 PM

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି। ବେରକପୁରରୁ ସାଂସଦ ଅର୍ଜୁନ ସିଂହ ରବିବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ କୋଲକାତାରେ ଅର୍ଜୁନ ସଦସ୍ୟତା ଗ୍ରହଣ କରିଛନ୍ତି।
ପଶ୍ଚିମବଙ୍ଗର ବେରକପୁରରୁ ବିଜେପି ସାଂସଦ ଅର୍ଜୁନ ସିଂହ ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ। ତାଙ୍କ ନିକଟ ଦିନର ଟୁଇଟରୁ ଏହା ସ୍ପଷ୍ଟ ବାରି ହୋଇ ପଡିଥିଲା। ପାର୍ଟିରେ ବରିଷ୍ଠ ନେତା ହୋଇଥିଲେ ବି ତାଙ୍କୁ ଠିକରେ କାମ କରିବାକୁ ଦିଆଯାଉନଥିବା ନେଇ ପଶ୍ଚିମବଙ୍ଗ ବିଜେପି ନେତୃତ୍ଵଙ୍କ ସମାଲୋଚନା କରିଥିଲେ।
Warmly welcoming former Vice President of @BJP4Bengal and MP from Barrackpore, Shri @ArjunsinghWB into the All India Trinamool Congress family.
— All India Trinamool Congress (@AITCofficial) May 22, 2022
He joins us today in the presence of our National General Secretary Shri @abhishekaitc. pic.twitter.com/UuOB9yp9Xo
ଅର୍ଜୁନ ସିଂହ ୨୦୦୧ରେ ଟିଏମସିରୁ ବିଧାୟକ ହୋଇ ପ୍ରଥମ ଥର ବିଧାନସଭା ଯାଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ପାର୍ଟି ତାଙ୍କୁ ବେରକପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ହୋଇଥିଲେ। ହେଲେ ପ୍ରାୟ ତିନି ବର୍ଷ ପରେ ସେ ନିଜର ପୁରୁଣା ଦଳକୁ ଫେରିଛନ୍ତି। ଅର୍ଜୁନ ସିଂହଙ୍କ ରାଜନୈତିକ ଜୀବନ କଂଗ୍ରେସ ପାର୍ଟିରୁ ଆରମ୍ଭ ହୋଇଥିଲା। ପରେ ଟିଏମସିରେ ଯୋଗ ଦେଇ ବିଧାୟକ ହୋଇଥିଲ।
ଅଭିଷେକ ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ଅର୍ଜୁନ ସିଂହଙ୍କୁ ଦଳରେ ସ୍ଵାଗତ। ସେ ବିଜେପିର ବିଭାଜନକାରୀ ନୀତିକୁ ଖାରଜ କରି ଆଜି ଟିଏମସି ପରିବାରରେ ଯୋଗ ଦେଇଛନ୍ତି। ସମଗ୍ର ଦେଶର ଜନତା ଆଜି ପୀଡିତ ଏବଂ ସେମାନଙ୍କୁ ଏବେ ପୂର୍ବାପେକ୍ଷା ଆମର ଆବଶ୍ୟକତା ରହିଛି। ଆସନ୍ତୁ ଲଢେଇ ଜାରି ରଖିବା।