ମୁମ୍ବାଇ ୨୨/୧୦ : ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ନିଜର ଜଣେ ପ୍ରଶଂସକଙ୍କ ସହ ନଜର ଆସିଛନ୍ତି। ପୋଷ୍ଟ ବିଗ ବି ଦର୍ଶାଇଛନ୍ତି ଯେ ତାଙ୍କ ପ୍ରଶଂସକ ନିଜ ଗାଡିରେ ଚାରିପଟେ ଅମିତାଭଙ୍କ ଫିଲ୍ମର ଡାଇଲଗ ଲେଖିଛନ୍ତି। କେବଳ ସେତିକି ନୁହେଁ, ଅମିତାଭଙ୍କ ଅଟୋଗ୍ରାଫ ନ ନେବା ଯାଏଁ ସେ ଗାଡିରେ ବସି ବି ନଥିଲେ। ପ୍ରଶଂସକ ଜଣକ ଏମିତି ଏକ ସାର୍ଟ ପିନ୍ଧିଛନ୍ତି ଯେଉଁଥିରେ ବିଗ ବିଙ୍କ ସବୁ ଫିଲ୍ମର ନାଁ ଲେଖାଯାଇଛି।
ଅମିତାଭ ଏହି ପ୍ରଶଂସକଙ୍କ ବିଷୟରେ ନିଜ ବ୍ଲଗରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଠାରେ ସେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ସେହି କାର ଦେଖିବା ପାଇଁ କେବିସି ସେଟ୍ ବାହାରକୁ ଯାଇଥିଲେ। ବିଗ୍ ବି କହିଛନ୍ତି ଯେ ଯେତେବେଳେ ସେ କାରର କବାଟ ଖୋଲିଲେ, ସେ ନିଜ ସ୍ୱରରେ ଡାଇଲଗ ଶୁଣିଲେ। ବିଗ୍ ବିଙ୍କୁ ଭେଟିବା ପାଇଁ ଏହି ପ୍ରଶଂସକ କେବିସି ସେଟରେ ପହଞ୍ଚିଥିଲେ।