ମୁମ୍ବାଇ ୦୩/୦୮ : ବଲିଉଡ ମହାନାୟକ ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି | ରାକ୍ଷୀ ପୂର୍ଣ୍ଣମୀ ଅବସରରେ ସେ ନିଜ ପ୍ରଶଂସକ ଶୁଭକାମନା ଦେଇଛନ୍ତି | ସେ ସୋସିଆଲ ମିଡ଼ିଆରେ ନିଜ ପୁଅଝିଅ ଓ ନାତିନାତୁଣୀଙ୍କ ଫଟୋ ସେୟାର କରିଛନ୍ତି | ସେ ଲେଖିଛନ୍ତି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଅଭିଷେକ ହସ୍ପିଟାଲରେ ଅଛନ୍ତି | ମହାମାରୀ ଯୋଗୁଁ ସେ ଭରଚୁଆଲ ତରିକାରେ ରାକ୍ଷୀ ପୂର୍ଣ୍ଣମୀ ପାଳନ କରିଛନ୍ତି |
ଅମିତାଭ ବଚ୍ଚନ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଅଭିଷେକ ବଚ୍ଚନ ଓ ଶ୍ଵେତା ଓ ତାଙ୍କର ନାତି-ନାତୁଣୀ ଅଛନ୍ତି | ସେ ଲେଖିଛନ୍ତି, ଆସନ୍ତକାଲି ଭାଇ-ଭଉଣୀଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣମୀ ପର୍ବ ଅଛି | ଗୋଟିଏ ଶପଥର ଦିନ, ସବୁ ପରିସ୍ଥିତିରେ ନିଜ ଭଉଣୀ ସହ ରହିବାକୁ ଭାଇ ପ୍ରତିଶୃତି ଦେଇଥାଏ | ରକ୍ଷାବନ୍ଧନ: ରକ୍ଷା ଅର୍ଥ ରକ୍ଷା କରିବା ଓ ବନ୍ଧନର ଅର୍ଥ ସାଙ୍ଗରେ ରହିବା ବନ୍ଧନ | ଆମ ସମାଜ ବର୍ଷ ବର୍ଷ ଧରି ପରମ୍ପରା ପାଳନ କରୁଛି ଏବଂ ଏହି ପରମ୍ପରା ଆମ ପାଇଁ ବହୁତ ମୂଲ୍ୟବାନ |'
wp:core-embed/instagram {"url":"https://www.instagram.com/p/CDZimiIB3e5/","type":"rich","providerNameSlug":"instagram","className":""}ଅମିତାଭ କହିଛନ୍ତି, ମହାମାରୀ ଯୋଗୁଁ ଅଭିଷେକ ଓ ଶ୍ଵେତା, ଆରାଧ୍ୟ, ଅଗସ୍ତ୍ୟ ପର୍ବ ପାଳନ କରିବେ | ସରକାରଙ୍କ ଦ୍ୱାରା ନିର୍ଧାରିତ ମାନଦଣ୍ଡ ପାଳନ କରୁଛନ୍ତି ଓ ସମସ୍ତ ଗାଇଡଲାଇନ ପାଳନ କରୁଛନ୍ତି | ଅମିତାଭଙ୍କ ଏହି ପୋଷ୍ଟକୁ ଲୋକେ ବହୁତ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |
ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କିନ୍ତୁ ଅଭିଷେକ ଏବେ ମଧ୍ୟ କରୋନା ପଜିଟିଭ ଅଛନ୍ତି |