ଉତ୍ତରପ୍ରଦେଶର ଶାମଲୀରେ ବଡ଼ ଦୁର୍ଘଟଣା, ୧୨ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୨ ମୃତ

Published By : Prameya-News7 Bureau | April 03, 2024 IST

Livehindustan

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍‌ ପ୍ରାୟ ୧୨ ଜଣକ ଉପରେ ଚଢ଼ିିଯିବା ସହ ଅନେକ ଦୋକାନ ଘର ଉପରେ ଚଢ଼ିଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ଓଲଟି ପଡ଼ିଛି।

ତେବେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣକ ମୃତ୍ୟୁ ଖବର ଆସିଛି। ଏବେବି ଅନେକ ଲୋକ ଟ୍ରକ୍‌ ତଳେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଜେସିବି ଏବଂ ବଡ଼ କ୍ରେନ୍‌ ମାଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇଁ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଇଛନ୍ତି। ଆହତଙ୍କୁ ମୁଜାଫରନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କ ବୁଝିବା ସହ, ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କହିଛନ୍ତି।

ଦୁର୍ଘଟଣା କାରଣ ଟ୍ରକ୍‌ର ବ୍ରେକ୍ ଫେଲ୍ ହୋଇଥିବା ନେଇ କୁହାଯାଉଛି। କୁହାଯାଉଛି ଟ୍ରକ୍ ଦିଲ୍ଲୀରୁ ଆସୁଥିଲା। ଆଉ ଅପରାହ୍ନ ୪ଟା ସମୟରେ କାଙ୍ଗଲା ନିକଟରେ ବ୍ରେକ୍‌ ଫେଲ ହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.