ଆମେରିକା କାଲିଫର୍ଣ୍ଣିଆରେ ବଡ଼ ଦୁର୍ଘଟଣା, ସମୁଦ୍ରରେ ଡଙ୍ଗା ଓଲଟି ୮ ମୃତ
13/03/2023 at 7:54 AM

ନୂଆଦିଲ୍ଳୀ, ୧୩/୦୩: କାଲିଫର୍ଣ୍ଣିଆା ସାନ୍ ଡିଏଗୋ କାଉଣ୍ଟିରେ ବ୍ଲାକ୍ ବିଚ୍ରେ ଏକ ଡଙ୍ଗା ଓଲଟିବା ଯୋଗୁଁ ଆଠ ଜଣକ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଏହି ଘଟଣା ରବିବାର ଘଟିଛି। ଘଟଣା ସ୍ଥଳରେ ଥିବା ମାଛ ଧରୁଥିବା ଏକ ଡଙ୍ଗାରେ ଥିବା ବ୍ୟକ୍ତି ୯୧୧ ରେ ଫୋନ୍ କରି ପୋଲିସକୁ ସୂଚନା ଦେଇଥିଲା। ସୂଚନା ମିଳିବା ପରେ ସାନ୍ ଡିଏଗୋ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା।
ତେବେ ଉଚ୍ଚ ଜୁଆର କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲାଇଫଗାର୍ଡ ଆରମ୍ଭରେ କେବଳ ସାତ ଶବ ଉଦ୍ଧାର କରିଥିଲେ। ଶବକୁ ସାନ୍ ଡିଏଗୋ କାଉଣ୍ଟିର ଡାକ୍ତରୀ ପରୀକ୍ଷକଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅଗ୍ନିଶମ ବିଭାଗ, ସାନ୍ ଡିଏଗୋ ପୋଲିସ ବିଭାଗ, ଆମେରିକା ସୀମା ଶୁଳ୍କ, ସୀମା ସୁରକ୍ଷା ଏବଂ ଆମେରିକା ତଟରକ୍ଷୀ ସହିତ ଅନେକ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।