ନୂଆଦିଲ୍ଲୀ ୦୩।୦୭: ଓ୍ଵେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା କ୍ରିକେଟ୍ ମଧ୍ୟରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ବଡ ବିପଦ ଟଳି ଯାଇଛି। ଓ୍ଵେଷ୍ଟଇଣ୍ଡିଜର ଦୁଇ ଖେଳାଳି ପଡିଆରେ ଅଚାନକ ଅଚେତ୍ ହୋଇ ପଡିଥିଲେ। ଏହା ଦେଖି ପଡିଆରେ ଚହଳ ପଡିଯାଇଥିଲା। ଦୁଇ ଖେଳାଳିଙ୍କ ଅବସ୍ଥା ଏମିତି ହୋଇପଡିଲା ଯେ, ଷ୍ଟ୍ରେଚର ଜରିଆରେ ପଡିଆ ବାହାରକୁ ନେବାକୁ ପଡିଥିଲା। ପରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଖେଳାଳି ହେଲେ ଆଲିଆ ଏଲିନ ଓ ଚେଡିୟନ ନେସନ। ଦୁଇ ଖେଳାଳିଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ଦୁଇ ଖେଳାଳି ପଡିଆରେ ହଠାତ ଅଚେତ୍ ହେବାର କାରଣ ଜଣା ପଡିନାହିଁ।
wp:html/wp:htmlMatch between Pakistan and West Indies women cricketers continues ... Suddenly West Indies women cricketer fainted and collapsed . She was shifted to a nearby hospital. Hopefully she will recover soon.
— Qadir Khawaja (@iamqadirkhawaja) July 2, 2021
VC: @windiescricket#WIWvPAKW #WIWvsPAKW pic.twitter.com/OjhJmWioeO
ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଟି-୨୦ ମୁକାବିଲାରେ ପାକିସ୍ତାନକୁ ୭ ଓ୍ଵିକେଟ୍ରେ (ଡକ ଓ୍ଵର୍ଥ ଲୁଇସ୍ ନିୟମ) ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦୁଇ ଦଳ ମଧ୍ୟରେ ତୃତୀୟ ମୁକାବିଲା ରବିବାର ଖେଳାଯିବ। ଦ୍ଵିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓ୍ଵେଷ୍ଟଇଣ୍ଡିଜ ଛଅ ଓ୍ଵିକେଟ୍ ବିନିମୟରେ ୧୨୫ ରନ କରିଥିଲା। ଚେଡିୟନ ନେସନ ୩୩ ବଲରୁ ୨୮ ରନର ଉପଯୋଗୀ ଇନିଂସ ଖେଳିଥିବା ବେଲେ ଆଲିଆ ଏଲିନ ୨ ରନ କରି ଅପରାଜିତ ଥିଲେ। ଜବାବରେ ପାକିସ୍ତାନକୁ ଡିଏଲଏସ ପ୍ରଣାଳୀ ଅନୁସାରେ ୧୧୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଲକ୍ଷ୍ୟ ପିଛା କରି ପାକିସ୍ତାନ ୧୦୩ ରନ କରିବାକୁ ସମକ୍ଷମ ହୋଇଥିଲା।