ମହାକାଳ ଲୋକରେ ଟଳିଲା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଭକ୍ତ

Published By : Prameya-News7 Bureau | June 01, 2023 IST

ଉଜ୍ଜୈନ  ୧।୬: ମଧ୍ୟପ୍ରଦେଶ ଉଜ୍ଜୈନ ମହାକାଳ କରିଡରରେ ନିର୍ମିତ ମହାକାଳ ଲୋକରେ ଗୁରୁବାର ଏକ ବଡ଼ଧରଣର ଦୁର୍ଘଟଣାରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହାକାଳ ଲୋକର ମୁଖ୍ୟ ଫାଟକରେ ନିର୍ମିତ ଏକ ଗମ୍ବୁଜ ଅଚାନକ ଭାଙ୍ଗି ପଡିଥିଲା। ତେବେ ଭାଗ୍ୟକୁ ସେଠାରେ ଥିବା ଶ୍ରଦ୍ଧାଳୁ ଦୁର୍ଘଟଣାରେ ପ୍ରଭାବିତ ହୋଇ ନାହାନ୍ତି। ଏହାକୁ ମହାକାଳେଶ୍ୱରଙ୍କ ଚମତ୍କାର ବୋଲି ଏବେ କୁହାଯାଉଛି।

କର୍କଟ ରୋଗରେ ପୀଡ଼ିତା ସ୍ତ୍ରୀଙ୍କ ଇଚ୍ଛା ପୂରଣ କ‌‌ଲେ ସିଦ୍ଧୁ, ସେୟାର କଲେ ଫଟୋ

କୁହାଯାଉଛି ମୁଖ୍ୟଫାଟକରେ ଯେତେବେଳେ ଏହି ଦୁର୍ଘଟଣା ହେଲା ସେତେବେଳେ ସେଠାରେ ବହୁ ସଂଖ୍ୟାରେ ଲୋକେ ଠୁଳ ହୋଇଥିଲେ। ତେବେ ପଥର ଖମ୍ବ ଭାଙ୍ଗିପଡିବା ଯୋଗୁ କାହାର କିଛି ହୋଇ ନଥିଲେ ମଧ୍ୟ ତଳେ ବିଛା ଯାଇଥିବା ଟାଇଲ୍ ଭାଙ୍ଗି ଯାଇଛି। କିଛିଦିନ ପୂର୍ବେ ଉଜ୍ଜୈନରେ ହୋଇଥିବା ଝଡ଼ ତୋଫାନ ମହାକାଳ ଲୋକରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଭୀଷଣ ଝଡରେ ମହାକାଳ ଲୋକରେ ସ୍ଥାପିତ ସପ୍ତଋଷିଙ୍କ ମୂର୍ତ୍ତି ସବୁ ଉପୁଡି ପଡିଥିଲା। ତେବେ ଏହି ସବୁ ମୂର୍ତ୍ତିକୁ ଏବେ କମ୍ପାନୀ ନେଇ ମରାମତି କରୁଛି।  

{"id":796476,"width":840,"height":473,"sizeSlug":"full","linkDestination":"none"}

କୁହାଯାଉଛି ଏହି ସବୁ ମୂର୍ତ୍ତି ନିର୍ମାଣ କରିଥିବା କମ୍ପାନୀ ଏମପି ବାବରିଆ ଫାର୍ମ ୧୦ ବର୍ଷ ପର୍ଯ୍ୟନ୍ତ ମୂର୍ତ୍ତି ଗୁଡିକର ଦେଖରେଖ କାମ କରିବ। ସେହି ଅନୁସାରେ ମୂର୍ତ୍ତିଗୁଡିକୁ ସେଠାରୁ ଉଠାଯାଇ ମରାମତି ନିମନ୍ତେ ପଠାଇ ଦିଆଯାଇଛି। ଖୁବ୍ ଶୀଘ୍ର ଏହି ସବୁ ମୂର୍ତ୍ତି ପୁଣି ମହାକାଳ ଲୋକକୁ ଫେରିଆସିବ ବୋଲି କୁହାଯାଉଛି। ମହାକାଳ ଲୋକରେ ଝଡ଼ ତୋଫାନ ଯୋଗୁ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏବେ ଲୁହା ପାଇପର ମଜଭୁତ ବାରିକେଡ ଲଗାଇ ମୂର୍ତ୍ତି ସବୁ ରଖାଯିବ ବୋଲି ଜଣାପଡିଛି।

ଉତ୍ତରାଖଣ୍ଡରେ ଭୂ-ସ୍ଖଳନ, ଭାସିଗଲା ଲିପୁଲେଖ-ତୱାଘାଟ ସଡ଼କ, ଧାରଚୁଲା ଓ ଗୁଞ୍ଜିରେ ଫଶି ରହିଛନ୍ତି ୩୦୦ ଯାତ୍ରୀ

ଉଜ୍ଜୈନରେ ନିର୍ମିତ ମହାକାଳ ଲୋକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅକ୍ଟୋବର ମାସରେ ଉଦଘାଟନ କରିଥିଲେ। ମହାକାଳ ମନ୍ଦିର କରିଡୋର ପାଖାପାଖି ୯୦୦ ମିଟର ଅଞ୍ଚଳ ଉପରେ ନିର୍ମିତ ହୋଇଛି। ତେବେ ଏଠାରେ ଯାହା ଖାସ କଥା ତାହା ହେଉଛି ମହାକାଳ କରିଡରର ଆକାର। ଏହା କାଶୀ ବିଶ୍ୱନାଥ ମନ୍ଦିର ପରିସରରୁ ପାଖାପାଖି ୪ ଗୁଣା ଅଧିକ। ମହାକାଳ ଲୋକର ପ୍ରଥମ ପର୍ଯ୍ୟାୟରେ ମହାକାଳ ପ୍ଲାଜା, ମହାକାଳ କରିଡୋର, ମିଡୱେ ଜୋନ୍, ମହାକାଳ ଥିମ ପାର୍କ, ଘାଟ ଏବଂ ଡେକ୍ ଏରିୟା, ନୂତନ ସ୍କୁଲ କମ୍ପ୍ଲେକ୍ସ, ଗଣେଷ ସ୍କୁଲ କମ୍ପ୍ଲେକ୍ସ ଆଦିର ନିର୍ମାଣ ସରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.