ଭୁବନେଶ୍ୱର ୧୦।୦୨ - ସରକାର ୪ ଜଣଙ୍କୁ ନିଲମ୍ବନ କଲେ ଏବଂ ଏବଂ ତଦନ୍ତ ଆଦେଶ ଦେଲେ । ଆଉ ଏବେ ତଦନ୍ତ ଚାଲିବ ଆଉ କିଛି ଦିନ ପରେ ସମୟ ଗଡିଗଲେ ଲୋକେ ଓ ସରକାର ସମସ୍ତେ ଭୁଲିଯିବେ ସମସ୍ତେ ଚୁପ୍ ହୋଇଯିବେ ।
{"id":222965,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h22m59s994-1778x1000.jpg)
ପୁଣି ଏକ ଦୁର୍ଘଟଣା ଘଟିଲେ ସରକାର ନିଦରୁ ଉଠିବେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେବେ । ରାଜ୍ୟରେ ପୂର୍ବରୁ ଅନେକଥର ଏମିତି ଦୁର୍ଘଟଣା ଘଟିଛି ।
{"id":222966,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m06s663-1778x1000.jpg)
ହେଲେ କାର୍ଯ୍ୟାନୁଷ୍ଠାନ ଆଳରେ ସବୁ କିଛି ନାଲି ଫିତା ତଳେ ଚାପି ହୋଇଯାଇଛି । ୨୦୧୬ରେ କାମାକ୍ଷାନଗରରେ ବସରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
{"id":222967,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m07s978-1778x1000.jpg)
ଆହତ ହୋଇଥିଲେ ୨୦ରୁ ଅଧିକ ଯାତ୍ରୀ । ସେତେବେଳେ ଏହି ଘଟଣାକୁ ନେଇ କେତେକଣ ତମ୍ବିତୁଫାନ ଉଠିଥିଲା। ଏଭଳି ଘଟଣା ଯେମିତି ନ ଘଟେ ସେନେଇ ସରକାରଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ବାବୁମାନେ ହଲପ ଖାଇଥିଲେ। ସରକାର ଗୃହରେ ରଖିଥିବା ଏକ ଉତ୍ତରରେ ନିଜେ ମାନିଛନ୍ତି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ବିଦ୍ୟୁତ ଆଘାତରେ ୧୧୭୬ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ୨୩୯ କର୍ମଚାରୀଙ୍କ ମୃତ୍ୟୁ ହଗୋଇଛି।
{"id":222969,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m13s959-1778x1000.jpg)
ଏହି ୯ ବର୍ଷ ଭିତରେ ୭୪ ଟି ହାତୀଙ୍କ ଜୀବନ ଯାଇଛି ବିଦ୍ୟୁତ ଆଘାତରେ। ଝୁଲନ୍ତା ଇଲେଭେନ କେଭି ଲାଇନ ମୃତ୍ୟୁଫାଶ ଭଳି ଓହଳି ରହୁଛି ଆଉ ଏଥିରେ ହଠାତ ଏମିତି ଘଟଣାମାନ ଘଟୁଛି ଯାହାକୁ କେହି କେବେ ଭାବିବି ନଥିଲେ। ଉଜୁଡ଼ି ଯାଉଛି ପରିବାର। ନୟାଗଡ ନବଘନପୁର ଗାଁରେ କାମ କରିବାକୁ ଯିବା ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ କିଛି ଦିନ ତଳେ ଭୁବନେଶ୍ବର ଲିଙ୍ଗରାଜ ରୋଡ୍ ଷ୍ଟେସନରେ ଟ୍ରେନ ଉପରେ ଖସି ପଡିଥିଲା ୧୧କେଭି ତାର । ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଲୋକେ ।
{"id":222970,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m16s552-1778x1000.jpg)
ମନେ ପକାନ୍ତୁ ୨୦୧୭ ବାରିପଦା ବନଖଣ୍ଡ ବେତନଟୀ ବନାଞ୍ଚଳର ଘଟଣା, ବିଦ୍ୟୁତ୍ ତାର ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ସଦର ରେଞ୍ଜର କମଳାଙ୍ଗ ଠାରେ ବିଦ୍ୟୁତ୍ ତାର ଲାଗି ୭ ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।
{"id":222972,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m21s238-1778x1000.jpg)
ସେତେବେଳେ ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ଚାଲିଥିଲା ଟଣା ଓଟରା। ଆଉ ହାତୀଙ୍କ ଚଳାଚଳ ପାଇଁ ବିଦ୍ୟୁତ ବିଭାଗକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ବନ ବିଭାଗ ଓ ବିଦ୍ୟୁତ ବିଭାଗ ମିଳିତ କାର୍ଯ୍ୟ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହେଲା ।
{"id":222973,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-10-20h23m26s968-1778x1000.jpg)
କିନ୍ତୁ ଫଳଘର ଶୂନ। ପ୍ରଶ୍ନ ଉଠୁଛି ଏସବୁ ଇଲେଭେନ କେଭି ତାର ଝୁଲି ରହିବାକ ମନିଟରିଂ କରୁଛି କିଏ ? ଏହାର ମରାମତି ଦାୟିତ୍ବ କିଏ ନେଉଛି। ସରକାରୀ ବିଭାଗ ଗୁଡିକ ପରସ୍ପର ଉପରେ ଦୋଷ ଲଦିବା ପରେ ଅସଲରେ ଏସବୁ ରୋକିବାକୁ କଣ ପଦକ୍ଷେପ ନିଆଯାଉଛି ? ଅବହେଳା ଏମିତି ଲାଗି ରହିଛି। କେବଳ ସେଥିରେ ଗୋଟିଏ ପରେ ଗୋଟିଏ ଘଟଣା ଯୋଡ଼ି ହେଉଛି ।