ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା

Published By : Prameya-News7 Bureau | December 19, 2022 IST

ଆଠମଲିକ ୧୯/୧୨: ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ଆଠମଲ୍ଲିକ ଶିକ୍ଷା ମଣ୍ଡଳ ଅନ୍ତର୍ଗତ କରଡାଶିଙ୍ଗା ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଦେଖା ଦେଇଛି ଅଭାବନୀୟ ପରିସ୍ଥିତି ।

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଏହି ବିଦ୍ୟାଳୟରେ ୪୯ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଏଠାରେ ଦୁଇ ଜଣ ଶିକ୍ଷକ ଥିଲେ । ଗତ ମାସରେ ପ୍ରଧାନ ଶିକ୍ଷକ ପ୍ରୋମୋସନରେ ଯିବା ପରେ ଏବେ ଜଣେ ମାତ୍ର ଶିକ୍ଷକ ପାଠ ପଢାଉଛନ୍ତି । ଫଳରେ ପାଠ ପଢାରେ ଅସୁବିଧା ସୃଷ୍ଟି ହେଉଛି ।

ଏନେଇ ଗ୍ରାମବାସୀ ଆଠମଲ୍ଲିକ ଶିକ୍ଷା ଅଧିକାରିଙ୍କୁ ଜଣାଇଥିଲେ, ସେ ନଶୁଣିବାରୁ ଆଜି ଗ୍ରାମବାସୀ ବିଦ୍ୟାଳୟରେ ତାଲା ଝୁଲାଇଛନ୍ତି । ଯେତେଦିନ ଯାଏ ନୂତନ ଶିକ୍ଷକ ନିଯୁକ୍ତି ନ ଦିଆଯାଇଛି ସେତେ ଦିନ ଯାଏ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ଅଭିବାବତ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.