ବାଇକ୍ ଉପରେ ଛିଣ୍ଡିପଡିଲା ୧୧କେଭି ବିଦ୍ୟୁତ ତାର, ୨ଗୁରୁତର
10/02/2020 at 8:39 AM

ଚାନ୍ଦବାଲି ୧୦।୦୨: ଭଦ୍ରକ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଅଘଟଣ । ବାଇକ୍ ଉପରେ ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର । ୨ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କ ଉପରେ ତାରଟି ଛିଣ୍ଡି ପଡିଥିଲା ।
ବିଦ୍ୟୁତ ଆଘାତରେ ବାଇରେ ବସିଥିବା ଦୁଇ ଜଣ ଯାକ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡିଥିଲେ । ସେମାନେ ହେଲେ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟଧନ ରାଉଳ । ତେବେ ବିଦ୍ୟୁତ ସଂସ୍ପର୍ଶରେ ଆସି ବାଇକଟି ପୁରା ଜଳିଯାଇଛି । ବାଇକ୍ ଚାଳକ ଓ ବସିଥିବା ଲୋକଙ୍କୁ ଏକ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ପଠାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023