ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଡ଼ିଆ ପାନ ଅର୍ପଣ; ପହଣ୍ଡିରେ ବିଜେ କଲେ ମହାପ୍ରଭୁ
30/01/2023 at 7:36 PM

ଚଣ୍ଡିଖୋଲ: ୧୨ ମାସରେ ୧୩ ପରବ। ଗାଁଗଣ୍ଡା ସବୁଠି ଉତ୍ସବ ମୁଖର। ଏବେ ଭଗବାନଙ୍କ ଉପରେ ରହିଛି ପ୍ରଗାଢ ବିଶ୍ୱାସ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଗାଁ ଦାଣ୍ଡରେ ଅବତୀର୍ଣ୍ଣ ହୋଇଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ହେଉଛି ବିଡିଆ ପାନ। ଏହି ବିଡିଆ ପାନର ରହିଛି ମାହାତ୍ମ୍ୟ। ଭଗବାନଙ୍କୁ ଏହି ପାନ ପ୍ରଦାନ ଅର୍ପଣ କଲେ ମିଳିଥାଏ ଅନେକ ଲାଘବ। ଏଭଳି ଭଗବାନଙ୍କ ପ୍ରତି ବିଶ୍ୱାସ ଭରି ରହିଛି। ଏଭଳି ପରମ୍ପରା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ବାରବାଟୀ ପଂଚାୟତ ସ୍ଥିତ ମାଣତୀର ଗ୍ରାମରେ। ଭଗବାନଙ୍କୁ ଗାଁଦାଣ୍ଡରେ ଦେଖି ଭକ୍ତ ହୋଇଥାଏ ଆନନ୍ଦିତ।
ଏହି ଗ୍ରାମରେ କାହିଁ କେଉଁ ଦିନଠାରୁ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଉଥିବା ବେଳେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବେଶ ଭକ୍ତଙ୍କ ମନମୋହି ନେଇଛି। ପୁରୀ ଶ୍ରୀମନ୍ଦିରରେ ଯେଉଁ ଭଳି ଭାବେ ରୀତିକାନ୍ତି ଅନୁଯାୟୀ ୧୨ମାସରେ ୧୩ପର୍ବ ପାଳିତ ହୋଇଥାଏ ସେହିଭଳି ଭାବେ ଗ୍ରାମରେ ମଧ୍ୟ ପୂଜାପର୍ବ ପାଳିତ ହୋଇଥାଏ। ଶ୍ରୀଗୁଣ୍ଡିଚା, ଦୋଳପୂର୍ଣ୍ଣମୀ, ପହିଲିଭୋଗ, ନନ୍ଦଉତ୍ସବ ଭଳି ଅନେକ ପର୍ବ ପାଳିତ ହେଉଥିବା ବେଳେ ଶ୍ରୀପଂଚମୀ ତିଥିରେ ପ୍ରଭୂ ଜଗନ୍ନାଥ ଭାଇଭଉଣୀଙ୍କୁ ଧରିଭକ୍ତ ମାନଙ୍କୁ ଗାଁଦାଣ୍ଡରେ ବିଜେ ହୋଇ ଦର୍ଶନ ଦେଇଥାନ୍ତି । ଯେଉଁ ମାନେ ଗ୍ରାମରେ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଭକ୍ତ ମାନେ ମନ୍ଦିରକୁ ଯାଇ ନପାରିବାରୁ ସେମାନେ ଭଗବାନଙ୍କ ଦର୍ଶନରୁ ବଂଚିତ ହୋଇଥାନ୍ତି । ସେମାନଙ୍କୁ ଦର୍ଶନ ଦେବା ପାଇଁ ସ୍ୱୟଂ ଭଗବାନ ମନ୍ଦିରରୁ ବାହାରି ଗାଁଦାଣ୍ଡରେ ବିଜେ ହୋଇ ଦର୍ଶନ ଦେଇଥାନ୍ତି।
ପ୍ରଭାତରୁ ଚତୃର୍ଦ୍ଧା ମୂର୍ତ୍ତିଙ୍କୁ ବିଦ୍ୱାନପଣ୍ଡିତଓ ବ୍ରାହ୍ମଣ ମାନେ ସ୍ନାନ, ବେଶ, ନୂତନବସ୍ତ୍ର, ଆଳତୀ, ବାଲ୍ୟଭୋଗ ବଡସିଂହାର ବେଶ କରି ସାରିବା ପରେ ବାଜା ବାଣ ନାମ ସଂକିର୍ତନରେ ଗାଁଦାଣ୍ଡକୁ ବିଜେ ହୋଇଥାନ୍ତି । ରାସ୍ତା ଉପରେ ନୂତନ ବସ୍ତ୍ର ପକାଇବା ସହ ଅଗଣାରେ ଝୋଟି ଓ କଳସ ସ୍ଥାପନ କରି ଭଗବାନଙ୍କୁ ବିଡିଆ ପାନ ଅର୍ପଣ କରିଥାନ୍ତି। ଗ୍ରାମ ପରିକ୍ରମା ପରେ ଶେଷରେ ଗ୍ରାମଦେବତୀଙ୍କ ମଣ୍ଡପରେ ଅବସ୍ଥାନ କରିଥାନ୍ତି । ସନ୍ଧ୍ୟାରେ ସଂକୀର୍ତନ ଓ ପ୍ରବଚନ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥାଏ । ଏହି ପରମ୍ପରା କାହିଁ କେତେ ଦିନ ଠାରୁ ପରମ୍ପରା ରହି ଆସିଛି । ବିଶେଷ କରି ବିଡିଆ ପାନ ଭଗବାନଙ୍କୁ ଅର୍ପଣ କରାଯାଏ। ପୂଜା ସରିବା ପରେ ଉକ୍ତ ପାନକୁ ସେବନ କଲେ ପିଲାମାନଙ୍କର ସ୍ମରଣଶକ୍ତି, ବହୁ ଦୂରାରୋଗ୍ୟ ଲାଭ ହେବ ସହିତ ବିଭିନ୍ନ ଚର୍ମରୋଗ ହୁଏ ନାହିଁ ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି।