ପୁଅ କୋର୍ଟ ମ୍ୟାରେଜକୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ତିର୍ତୋଲ ବିଧାୟକଙ୍କ ମାଆ !

Published By : Prameya-News7 Bureau | May 18, 2022 IST

ଭୁବନେଶ୍ୱର ୧୮/୦୫: ବିଧାୟକଙ୍କ ମାଆଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାଆ ସଞ୍ଜୁକ୍ତା ଦାସ । ଗତକାଲି ନିଜ ବିବାହ ପାଇଁ କୋର୍ଟରେ ଆବେଦନ କରିଥିଲେ ବିଜୟ ଶଙ୍କର । ପୁଅ ବାହାଘରରେ ମାଆ ରାଜି ନଥିବା ସୂଚନା ମିଳିଛି । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବିଧାୟକ କହିଛନ୍ତି ମା ସୁସ୍ଥ ହେଲେ ଏପରି କରିବାର କାରଣ କହିବେ।

ସୂଚନା ଅନୁସାରେ, ବିଧାୟକ ବିଜୟ ଶଙ୍କର ଦାସଜଗତସିଂହପୁରରେ କୋର୍ଟ ମ୍ୟାରେଜ୍‌ କରିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦଳୀୟ ସମର୍ଥକମାନେ ବି ଆୟୋଜନରେ ଲାଗି ପଡ଼ିଛନ୍ତି। ତେବେ ଦୁଇ ପରିବାର କେଉଁଠି ଏକାଠି ହେବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

ଅନ୍ୟପଟେ ହାଇପ୍ରୋଫାଇଲ ମ୍ୟାରେଜ୍‌ ପାଇଁ ପ୍ରସାସନ ସତର୍କ ହୋଇଛି। ଆବଶ୍ୟକ ସ୍ଥଳରେ ପୁଲିସ କର୍ମୀ ମୁତୟନ ହୋଇଥିବା ବେଳେ ବିଧାୟକଙ୍କ ପ୍ରେମିକାଙ୍କ ଘରେ ପାଖରେ ବି ପୁଲିସ ପଇଁତରା ମାରୁଥିବାର ଦେଖାଯାଉଛି।

ଏପଟେ ପ୍ରେମିକାଙ୍କ ଅଭିଯୋଗପତ୍ର ଧରି ପୁଲିସ ଅଡ଼ୁଆରେ ପଡ଼ିଯାଇଛନ୍ତି । କାରଣ ଗୋଟିଏ ପଟେ ବିବାହକୁ ନେଇ ତନାଘନା ଚାଲିଥିବାରୁ ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିବ ନା ଅପେକ୍ଷା ଜାଣିପାରୁନି। ଅନ୍ୟପଟେ କୋର୍ଟରେ ମ୍ୟାରେଜ୍‌ ସରିଲା ପରେ ଏତଲା ପ୍ରତ୍ୟାହାର ହୋଇପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.