ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବଜରଙ୍ଗ ବାଣ ପାଠ କଲେ ମିଳିଥାଏ ଚମତ୍କାର ଫଳ: ଜାଣନ୍ତୁ ବିଧି ଓ ନିୟମ

8/12/2020 at 12:47 PM

ଭୁବନେଶ୍ୱର ୦୮/୧୨ : ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ କଳିଯୁଗରେ ପୃଥିବୀରେ ବିରାଜମାନ। ହନୁମାନଙ୍କ ଆରାଧନା କଲେ ମନୁଷ୍ୟର ସବୁ ପ୍ରକାର ଭୟ ଦୂର ହୋଇଥାଏ। ହନୁମାନଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ହନୁମାନ ଚାଳିଶା ପାଠ କଲେ ମଧ୍ୟ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାସହ ବଜରଙ୍ଗ ବାଣ ପାଠ କଲେ ହନୁମାନ ଭକ୍ତଙ୍କ ସମସ୍ୟା ଦୂର କରିବା ସହ ଅସୀମ କୃପା ପ୍ରଦାନ କରିଥାନ୍ତି। କିନ୍ତୁ ବଜରଙ୍ଗ ବାଣ ପାଠ କରିବା ସମୟରେ କିଛି ବିଧି, ନିୟମ ଓ ସାବଧାନତା ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ।

ଜାଣନ୍ତୁ ବିଧି ନିୟମ :

୧. ବଜରଙ୍ଗ ବାଣ ମଙ୍ଗଳବାରରୁ ଆରମ୍ଭ କରିବା ଉଚିତ

୨. ମଙ୍ଗଳବାର ଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ

୩. ପୂଜା ସ୍ଥାନରେ ହନୁମାନ ଭଗବାନଙ୍କ ମୂର୍ତ୍ତି କିମ୍ବା ପ୍ରତିମା ସ୍ଥାପିତ କରନ୍ତୁ

୪. ଭଗବାନ ଗଣେଶ ସବୁ ଦେବତାଙ୍କ ମଧ୍ୟରେ ପ୍ରଥମେ ପୂଜନୀୟ। ସେଥିପାଇଁ ବଜରଙ୍ଗ ବାଣ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରନ୍ତୁ

୫. ଏହାପରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଧ୍ୟାନ କରନ୍ତୁ

୬. ଏହାପରେ ହନୁମାନଙ୍କୁ ପ୍ରଣାମ କରି ବଜରଙ୍ଗ ବାଣ ପାଠର ସଂକଳ୍ପ ନିଅନ୍ତୁ

୭. ହନୁମାନଙ୍କୁ ଧୂପ, ଦୀପ, ପୁଷ୍ପ ଅର୍ପଣ କରନ୍ତୁ

୮. କୁଶରେ ତିଆରି ଆସନ ପକାଇ ସେଥିରେ ବସି ପାଠ ଆରମ୍ଭ କରନ୍ତୁ

୯. ପାଠ ସମ୍ପୂର୍ଣ୍ଣ ହେବାପରେ ଶ୍ରୀରାମଙ୍କୁ ସ୍ମରଣ କରି କୀର୍ତ୍ତନ କରନ୍ତୁ

୧୦. ଏହାପରେ ଭୋଗରେ ଲଡୁ, ଚୁରମା ଏବଂ ଫଳ ଅର୍ପଣ କରନ୍ତୁ

ବଜରଙ୍ଗ ବାଣର ନିୟମ :

୧. ଯେତେଥର ବଜରଙ୍ଗ ବାଣ ପାଠ କରିବାକୁ ସଂକଳ୍ପ ନେଇଛନ୍ତି ସେତିକିଥର ରୁଦ୍ରାକ୍ଷ ମାଳାରେ ପାଠ କରନ୍ତୁ

୨. ବଜରଙ୍ଗ ବାଣ ପାଠ କରିବା ସମୟରେ ଶବ୍ଦ ଉଚ୍ଚାରଣ ସ୍ପଷ୍ଟ ହେବା ଉଚିତ

୩. ଯଦି ଆପଣ କୌଣସି ମନୋସ୍କାମନା ପୂର୍ତ୍ତି ପାଇଁ ବଜରଙ୍ଗ ବାଣ ପାଠ କରୁଛନ୍ତି ତାହେଲେ ୪୧ ଦିନ ଯାଏଁ ନିୟମପୂର୍ବକ ପାଠ କରନ୍ତୁ

୪. ପାଠ କରିବା ସମୟରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

୫. ଯେତିକି ଦିନ ଯାଏଁ ବଜରଙ୍ଗ ବାଣ ପାଠ କରିବେ ସେତେଦିନ ଯାଏଁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ

୬. ବଜରଙ୍ଗ ବାଣ ପାଠ କରିବା ଯାଏଁ କୌଣସି ନିଶା ଦ୍ରବ୍ୟ କିମ୍ବା ତାମସିକ ଆହାର ସେବନ କରନ୍ତୁ ନାହିଁ

ଏହିସବୁ ସ୍ଥିତି କରନ୍ତୁନି ବଜରଙ୍ଗ ବାଣ ପାଠ :

୧. କାହାର ଖରାପ କାମନା କରି ବଜରଙ୍ଗ ବାଣ ପାଠ କରନ୍ତୁନି

୨. କୌଣସି ଅନୈତିକ କାର୍ଯ୍ୟ ପୂରଣ ପାଇଁ କିମ୍ବା କାହା ସହ ବିବାଦ ସ୍ଥିତିରେ ବିଜୟ ପାଇବାକୁ ବଜରଙ୍ଗ ବାଣ ପାଠ କରିବା ଉଚିତ ନୁହେଁ

୩. କର୍ମ ଜୀବନର ମୂଳଲକ୍ଷ୍ୟ : ସେଥିପାଇଁ ପ୍ରୟାସ ନ କରି କୌଣସି କାର୍ଯ୍ୟରେ ସଫଳତା ପାଇବା ଉଦ୍ଦେଶ୍ୟରେ ବଜରଙ୍ଗ ବାଣ ପାଠ କରନ୍ତୁନି

୪. ଧନ, ଐଶ୍ୱର୍ଯ୍ୟ କିମ୍ବା କୌଣସି ଭୌତିକ ଇଚ୍ଛା ପୂରଣ ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁନି

   Related Posts