ଭଦୋହୀ ୧୧।୦୨: ଅଡୁଆରେ ବିଜେପି ବିଧାୟକ । ଜଣେ ବିଧବା ମହିଳାଙ୍କୁ ୬ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏକ ହୋଟେଲରେ ବିଧାୟକ ଓ ପରିବାରର ଛଅ ଦୁଷ୍କର୍ମ କରଥିବାର ଅଭିଯୋଗ ହୋଇଛି । ଜିଲ୍ଲା ଏସ୍ପିଙ୍କ ନିକଟରେ ପୀଡିତାଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଏହା ରାଜନୈତିକ ଶତ୍ରୁତାକୁ ରଖି ଏପରି କରାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି ।
୨୦୧୭ ମସିହାରେ ଉତ୍ତର ପ୍ରଦେଶରେ ନିର୍ବାଚନ ଚାଲୁଥିବା ବେଳେ ଭଦୋହୀର ଏକ ହୋଟେଲରେ ବିଧାୟକ ତଥା ବିଜେପି ନେତା ରବିନ୍ଦ୍ରନାଥ ତ୍ରୀପାଠୀ ଓ ତାଙ୍କ ପରିବାର ସଦସ୍ୟ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ ମହିଳା ଜଣଙ୍କ ବାରାଣାସୀର ବାସିନ୍ଦା ବୋଲି ଦର୍ଶାଇଛନ୍ତି । ସେ ୨୦୧୪ରେ ଟ୍ରେନ ଯୋଗେ ମୁମ୍ବାଇରୁ ଫେରୁଥିଲେ । ଟ୍ରେନ୍ରେ ତାଙ୍କ ଭେଟ ବିଧାୟକଙ୍କ ପୁତୁରା ସନ୍ଦୀପ ତିଓ୍ବାରୀଙ୍କ ସହିତ ହୋଇଥିଲା । ଟ୍ରେନ ଯାତ୍ରା ସମୟରେ ସନ୍ଦୀପଙ୍କ ସହ ମହିଳାଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା । ଦୁହେଁ ଦୁହିଁଙ୍କ ମୋବାଇଲ ନମ୍ବର ଆଦାନପ୍ରଦାନ କରିଥିଲେ । ଏବଂ ଦୁହେଁ ଫୋନଯୋଗେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ । କିଛିଦିନ ପରେ ବିଧାୟକଙ୍କ ପୁତୁରା ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମହିଳାଙ୍କୁ ବିବାହର ପ୍ରସ୍ତାବ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଛି ।
୨୦୧୭ରେ ବିଧାନସଭା ନିର୍ବାଚନ ସମୟରେ ବିଧାୟକଙ୍କ ପୁତୁରା ମୁମ୍ବାଇରୁ ଭଦୋହୀ ଫେରିଥିଲେ । ମହିଳା ଜଣଙ୍କୁ ବାରଣାସୀରୁ ଭଦୋହୀ ଶହର ଡାକିଥିଲେ ବିଧାୟକଙ୍କ ପୁତୁରା । ଗୋଟିଏ ମାସ ପର୍ଯ୍ୟନ୍ତ ଏକ ହୋଟେଲରେ ରଖିଥିଲା । ତେବେ ନିର୍ବାଚନ ସମୟରେ ବିଧାୟକ ରବିନ୍ଦ୍ରନାଥ ତ୍ରୀପାଠି ହୋଟେଲ ଯିବାଆସିବା କରୁଥାନ୍ତି । ମହିଳାଙ୍କ ଅଭିଯୋଗନୁସାରେ ହଠାତ୍ ଗୋଟେ ଦିନ ବିଧାୟକ ହୋଟେଲକୁ ଆସିଥିଲେ । ଏବଂ ତାଙ୍କୁ ଦୁଷ୍କର୍ମ କରିଥିଲେ । ବିଧାୟକଙ୍କ ପରେ ପରିବାରର ଲୋକ ଭିନ୍ନ ଭିନ୍ନ ଦିନରେ ଆସି ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ।
ଘଟଣାସମ୍ପର୍କ ମହିଳା ଜଣଙ୍କ ଯେତେବେଳେ ବିଧାୟକଙ୍କ ପୁତୁରାଙ୍କୁ ଜଣାଇଥିଲେ । କିନ୍ତୁ ପୁତୁରା ଚୁପ୍ ରହିବାକୁ ପରାମର୍ଶ ଦେଇଥିଲେ । ଏବଂ ଏହା ମୋ ପରିବାର କଥା ବୋଲି କହିଥିଲେ । ତୁମେ ଚୁପ୍ ରୁହ, ମୁଁ ତୁମକୁ ବିବାହ କରିବି ବିଧାୟକଙ୍କ ପୁତୁରା ମହିଳାଙ୍କ ଆଶ୍ବସନା ଦେଇଥିଲେ । ତେବେ ଗତ ରବିବାର ଦିନ ମହିଳା ଜଣଙ୍କ ଯେତେବେଳେ ବିଧାୟକଙ୍କ ପୁତୁରାକୁ ବିବାହ କଥା କହିଥିଲେ । କିନ୍ତୁ ବିବାହର କଥା ଶୁଣି ବିଧାୟକଙ୍କ ପୁତୁରା ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଶେଷରେ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ମହିଳା ଜଣଙ୍କ ଭଦୋହୀ ପୋଲିସ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।
ପୋଲିସ ଅନୁସାରେ , ଘଟଣାର ତଦନ୍ତ ଉଚ୍ଚପଦାଧିକାରୀ ଦ୍ବାରା କରାଯିବ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ, ତା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୋଗରେ ଥିବା ସଂପୃକ୍ତ ହୋଟେଲ ଯାଇ ଛାନ୍ଭିନ୍ କରାଯାଇଛି । ତେବେ ଏହି ମାମଲାରେ ବିଧାୟକଙ୍କ ସହିତ ଫୋନ ଯୋଗ କଥାବାର୍ତ୍ତ ହୋଇଥିଲୁ । କିନ୍ତୁ ସେ ଏହାକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ।