ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଘରେ ପଶି ବିଧବା ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

20/12/2020 at 2:58 PM

ଭୁବନେଶ୍ୱର,୨୦/୧୨:  ରାତି ଅଧରେ ଘରେ ପଶି ଜଣେ ବିଧବାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମଣ ହାଂସଦା (୫୪) । ତାଙ୍କ ଘର ଏୟାରପିଲ୍ଡ ଥାନା ଅନ୍ତର୍ଗତ ଏକ ବସ୍ତିରେ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶନିବାର ରାତିରେ ମହିଳା ଜଣଙ୍କ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଲକ୍ଷ୍ମଣ ତାଙ୍କ ଘର କବାଟ ବାଡ଼େଇ ଥିଲେ । ମହିଳା ଜଣଙ୍କ କବାଟ ଖୋଲିବା ମାତ୍ରେ ଲକ୍ଷ୍ମଣ ତାଙ୍କୁ ଘର ଭିତରକୁ ଭିଡ଼ି ନେଇ ଦୁଷ୍କର୍ମ କରିଥିଲେ ।

ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ଉଠି ଆସିବାରୁ ଲକ୍ଷ୍ମଣ ସେଠାରୁ ଖସି ପଳାଇଥିଲେ। ଏନେଇ ମହିଳା ଜଣଙ୍କ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲକ୍ଷ୍ମଣଙ୍କୁ ଉଠାଇ ଆଣିଥିଲା । ଉଭୟଙ୍କର କ୍ୟାପିଟାଲ ହସ୍ପିଟାଲ୍‌ରେ ଡାକ୍ତରୀମାଇନା କରାଯାଇଛି  । ପୋଲିସ ଅଭିଯୁକ୍ତ ଲକ୍ଷ୍ଣଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

   Related Posts