ଟ୍ରମ୍ପଙ୍କୁ ପୁଣି ଝଟକା : ଭୋଟ ପୁନଃଗଣତିରେ ବାଜି ମାରିନେଲେ ଜୋ ବାଇଡେନ୍

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮/୧୧ : ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ତାର ନୂଆ ରାଷ୍ଟ୍ରପତି ପାଇସାରିଛି । ଜୋ ବାଇଡେନ୍ ହୋଇଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରମୁଖ୍ୟ । ତେବେ ଡେମୋକ୍ରାଟିକ୍ ପାର୍ଟି ନେତା ଡୋନାଲଡ୍ ଟ୍ରମ୍ପ ଭୋଟ ଗଣତିରେ ଜାଲିଆତି ଅଭିଯୋଗ ଆଣି କୋର୍ଟର ଆଶ୍ରୟ ନେଇଥିଲେ । ତେବେ ଆମେରିକାର ଅଳ୍ପ କେତୋଟି ରାଜ୍ୟରେ ପୁନଃଗଣତି ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ । ୱିସ୍କନ୍ସିନ୍ ରାଜ୍ୟରେ ଭୋଟ ପୁନଃଗଣତି ହୋଇଥିବା ବେଳେ ଜୋ ବାଇଡେନଙ୍କୁ ମିଳିଛି ଅଧିକ ଭୋଟ ।

{"id":369044,"sizeSlug":"large"}

ସେହିଭଳି ମିଲୱାକ୍ ରାଜ୍ୟରେ ହୋଇଥିବା ଭୋଟ ପୁନଃଗଣତିରେ ମୋଟ ୪ ଲକ୍ଷ ୬୦ ହଜାର ଭୋଟ କାଷ୍ଟରୁ ବାଇଡେନ ଅଧିକ ୧୩୨ ଭୋଟ ଅଧିକ ପାଇଥିଲେ । ତେବେ ବାଇଡେନଙ୍କୁ ୨୫୭ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୧୨୫ ଭୋଟ । ଟ୍ରମ୍ପଙ୍କ ସମର୍ଥକ ୱିସ୍କନ୍ସିନ୍ ରାଜ୍ୟରେ ଭୋଟ ପୁନଃଗଣତି ପାଇଁ ଦାବି କରିବା ସହିତ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ରାଜ୍ୟରେ ଡୋନାଲଡ୍ ଟ୍ରମ୍ପ, ଜୋ ବାଇଡେନଙ୍କ ଠାରୁ ପ୍ରାୟ ୨୦ ହଜାର ଭୋଟରେ ପରାସ୍ତ ହୋଇଥିଲେ । ୨ ଟି ରାଜ୍ୟରେ ଭୋଟ ପୁନଃଗଣତି ପାଇଁ ଟ୍ରମ୍ପଙ୍କୁ ଖର୍ଚ୍ଚ କରିବାକୁ ପଡିଛି ୩ ମିଲିୟନ ଡଲାର । ଅନ୍ୟ ଏକ ରାଜ୍ୟ ଡେନରେ ଆସନ୍ତା ରବିବାର ସୁଦ୍ଧା ଭୋଟ ପୁନଃଗଣତି ଶେଷ ହେବାନେଇ ସୂଚନା ମିଳିଛି ।

{"id":369045,"sizeSlug":"large"}

ମୋଟ ଉପରେ କହିବାକୁ ଗଲେ ନଭେମ୍ବର ୩ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍ ମୋଟ ୩୦୬ ଇଲୋକ୍ଟୋରାଲ ଭୋଟ ପାଇଥିଲେ । ରାଷ୍ଟ୍ରପତିଭାବେ ନିର୍ବାଚିତ ହେବା ପାଇଁ ୨୭୦ ଇଲୋକ୍ଟୋରାଲ ଭୋଟ ଦରକାର ଥିବା ବେଳେ ବାଇଡେନ୍ ପାଇଥିଲେ ୩୦୬ ଭୋଟ । ଅନ୍ୟପଟେ ଡେମୋକ୍ରାଟିକ୍ ପାର୍ଟି ନେତା ଡୋନାଲଡ୍ ଟ୍ରମ୍ପ ପାଇଥିଳେ ୨୩୨ ଇଲୋକ୍ଟୋରାଲ ଭୋଟ । ଜୋ ବାଇଡେନ, ଟ୍ରମ୍ପଙ୍କ ଠାରୁ ପ୍ରାୟ ୬୦ ଲକ୍ଷ ଭୋଟ ଅଧିକ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.