ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ୟୁକ୍ରେନକୁ ଏକା ଛାଡିଦେଲା ଆମେରିକା, ଏଫ-୧୬ ଯୁଦ୍ଧ ବିମାନ ଦେବାକୁ ମନା କଲେ ବାଇଡେନ

31/01/2023 at 3:54 PM

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିବାକୁ ଯାଉଛି । ନିକଟ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଶେଷ ହେବାର କୌଣସି ସମ୍ଭାବନା ନଜର ଆସୁ ନାହିଁ । ରୁଷ ଲଗାତାର ନିଜ ଆକ୍ରମଣରେ ୟୁକ୍ରେନ ଉପରେ ନିଆଁ ବର୍ଷା କରାଉଛି, ଅନ୍ୟପଟେ ୟୁକ୍ରେନ ମଧ୍ୟ ନିଜର ପୂର୍ଣ୍ଣ ସାମର୍ଥ୍ୟ ସହ ଲଢେଇ କରୁଛି । ଦୁଇ ଦେଶ ମଧ୍ୟର ଯୁଦ୍ଧରେ ୟୁରୋପୀୟ ଦେଶ ଏବଂ ଆମେରିକା ନିଜ ନିଜ ବଳ ଅନୁସାରେ ୟୁକ୍ରେନକୁ ସହଯୋଗ କରୁଛନ୍ତି । ଏହାରି ଭିତରେ ଆମେରିକା ଏକ ବଡ଼ ନିଷ୍ପତ୍ତି ନେଇ ୟୁକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନ ଦେବାଠାରୁ ପଛକୁ ହଟିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ରୁଷ ବିରୁଦ୍ଧ ଲଢେଇରେ ୟୁକ୍ରେନ ଯେଉଁ ଏଫ-୧୬ ଯୁଦ୍ଧ ବିମାନର ସହାୟତା ଲୋଡିଛି, ତାହା ଆମେରିକା ଦେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରରେ ଆମେରିକା ଏବଂ ଜର୍ମାନୀ ପକ୍ଷରୁ ରୁଷ ସେନା ବିରୋଧରେ ଲଢେଇ ପାଇଁ ୟୁକ୍ରେନକୁ ଟ୍ୟାଙ୍କ ଉପଲବ୍ଧ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ, ଗତ କିଛି ସପ୍ତାହ ମଧ୍ୟରେ ପାଶ୍ଚ୍ୟାତ ଦେଶ ଗୁଡିକ ପକ୍ଷରୁ ୟୁକ୍ରେନକୁ ଶତାଧିକ ଆଧୁନିକ ଟ୍ୟାଙ୍କ ଏବଂ ସାମରିକ ବାହାନ ଉପଲବ୍ଧ କରାଯାଇଛି । ଏହି ଟ୍ୟାଙ୍କ ଗୁଡିକ ଅତ୍ୟଧିକ ଥଣ୍ଡାରେ ୟୁକ୍ରେନ ସୈନିକଙ୍କୁ ଯୁଦ୍ଧ ଲଢିବାରେ ସହାୟତା ପ୍ରଦାନ କରିବେ । କିନ୍ତୁ ଏସବୁ ଭିତରେ ଆମେରିକାର ଏହି ପଦକ୍ଷେପ ଏବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।   

   Related Posts