ଆମେରିକୀୟ ପ୍ରେସ୍‌ ଅପେକ୍ଷା ଭାରତୀୟ ପ୍ରେସ୍‌ର ବ୍ୟବହାର ମାର୍ଜିତ : ଜୋ ବାଇଡେନ

Published By : Prameya-News7 Bureau | September 25, 2021 IST

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷୀୟ ବ୍ୟକ୍ତିଗତ ବୈଠକ ଲାଗି ହ୍ୱାଇଟ୍ ହାଉସରେ ଭେଟିଥିଲେ।  ଏହି ଅବସରରେ ଦୁଇ ନେତା ମିଳିତ ସାମ୍ବାଦିକ ସମ୍ମିଳନୀକପୁ ମଧ୍ୟ ସମ୍ବୋଧିତ କରିଥିଲେ। ବାଇଡେନ ଆମେରିକୀୟ ପ୍ରେସ୍‌ ଅପେକ୍ଷା ଭାରତୀୟ ପ୍ରେସ୍‌ ବେଶ୍ ମାର୍ଜିତ ଓ ଉତ୍ତମ ବୋଲି କହିଥିଲେ।

ହ୍ୱାଇଟ୍‌ ହାଉସର ଓଭାଲ ଅଫିସରେ ଦୁଇ ରଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ପ୍ରାୟ ୧ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଦୁଇ ନେତା ମିଳିତ ସାମ୍ବାଦିକ ସମ୍ମିଳନୀକୁ ଯାଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଉପସ୍ଥିତ ସାମ୍ବାଦିକଙ୍କ ସହ ହାସ୍ୟରସାତ୍ମକ ଆଳାପ କରିଥିଲେ।

{"id":517544,"width":840,"height":553,"sizeSlug":"full","linkDestination":"none"}

ବାଇଡେନ କହିଥିଲେ ଯେ ଆମେ ଯାହା କରିବାକୁ ଯାଉଛନ୍ତି ସେମାନେ ତାହା ବୋଧେ ପ୍ରେସ୍‌ରେ ଆଣିବେ । ଭାରତୀୟ ପ୍ରେସର ଆଚରଣ ଆମେରିକୀୟ ପ୍ରେସ ଅପେକ୍ଷା ବେଶ ଉତ୍ତମ। ଏଣୁ ଆପଣମାନଙ୍କ ଅନୁମତିରେ ମୁଁ ଭାବୁଛି ଆମେ ସେପରି କିଛି ଉତ୍ତର ଦେବୁନି ଯାହା ଆପଣମାନେ ପଚାରିବେ। କାରଣ କୌଣସି ବିନ୍ଦୁରେ ସେମାନେ ଆମକୁ ପ୍ରଶ୍ନ କରିବେ ନାହିଁ ବୋଲି ବାଇଡେନ କହିଥିଲେ। ଏହାର ଜବାବ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି କହିଥିଲେ ଯେ ମୁଁ ତାଙ୍କ କଥାରେ ସମ୍ପୂର୍ଣ୍ଣ ସହମତ ଓ ବାଇଡେନ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ। ମୋଦି ୨୦୧୪ ମସିହାରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ପରଠାରୁ ଏଥରକୁ ମିସାଇ ୭ ଥର ଆମେରିକା ଗସ୍ତ କରିଛନ୍ତି। ଆମେରିକା ଗସ୍ତରେ ଆସିଥିବା ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍‌ରେ ସ୍ୱାଗତ କରିଥିଲେ। ଓବାମା ପ୍ରଶାସନରେ ବାଇଡେନ ଉପରାଷ୍ଟ୍ରପତି ଥିବା ବେଳେ ମୋଦି ଓ ବାଇଡେନଙ୍କ ସହ ସାକ୍ଷାତ ଆଲୋଚନା ହୋଇଛି। 

ତେବେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ତାଙ୍କର ପ୍ରଥମ ଥର ବ୍ୟକ୍ତିଗତ ସାକ୍ଷାତ ଆଲୋଚନା  ହୋଇଛି। ତେବେ ଏହା ପୂର୍ବରୁ ବିଭିନ୍ନ ଭର୍ଚୁଆଲ ବୈଠକରେ ଉଭୟ ନେତା ପରସ୍ପରକୁ ଭେଟିବା ସହ ସମ୍ବୋଧିତ ମଧ୍ୟ କରିଛନ୍ତି। ଏହା ଛଡା ସେମାନେ ଟେଲିଫୋନ ଆଳାପ ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.