ତୃତୀୟ ବିଶ୍ୱଯୁଦ୍ଧ ହିଁ ବିକଳ୍ପ ! ବାଇଡେନଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର୍

Published By : Prameya-News7 Bureau | February 27, 2022 IST

ନୂଆଦିଲ୍ଲୀ, ୨୭|୦୨: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଋଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଏକମାତ୍ର ବିକଳ୍ପ ତୃତୀୟ ବିଶ୍ୱଯୁଦ୍ଧ ବୋଲି ସେ କହିଛନ୍ତି ।

ବାଇଡେନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଋଷ ସହ ଯୁଦ୍ଧ ଚାଲିଛି । ତୃତୀୟ ବିଶ୍ୱ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ହୋଇଛି । ଯେଉଁ ଦେଶ ଅନ୍ତରାଷ୍ଟ୍ରୀୟ ନିୟମ ବିରୋଧରେ ଯାଏଁ ସେ ଗଭୀର ପରିଣାମ ଭୋଗିଥାଏ । ରାଜନୈତିକ ଓ ଆର୍ଥିକ ପ୍ରତିବନ୍ଧକ ସବୁଠୁ ବ୍ୟାପକ ପ୍ରତିବନ୍ଧକ ଅଟେ ।

ଋଷ ଉପରେ ନୂଆ ପ୍ରତିବନ୍ଧକ

ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା, ବ୍ରିଟେନ୍ ଓ ୟୁରୋପୀୟ ସଙ୍ଘ ଋଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ସବୁ ଦେଶ ଭ୍ଲାଦିମିର ପୁଟିନଙ୍କ ସମ୍ପତ୍ତି ଜବତ କରିବେ ବୋଲି ଘୋଷଣା କରିଛନ୍ତି ।

ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ଜେ ବ୍ଲିଙ୍କନ୍ କହିଥିଲେ ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବା ଫଳ ଋଷକୁ ଭୋଗିବାକୁ ହେବ । କାରଣ ଋଷର ଆକ୍ରମଣ ପାଇଁ ୟୁକ୍ରେନ ଲୋକେ ସଙ୍କଟରେ ଫସିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.