oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘କ୍ଷମତାରେ ରହିପାରିବେନି ପୁଟିନ’ : ତେତାବନୀ ଦେଲେ ବାଇଡେନ୍

27/03/2022 at 10:03 AM

ନୂଆଦିଲ୍ଲୀ,୨୭/୦୩:   ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି  । କେହି କାହାରିକୁ ଛାଡିବାକୁ ନାରାଜ । ଦୀର୍ଘ ୩୨ ଦିନ ହେଲା ୟୁକ୍ରେନ ଉପରେ ମିସାଇଲ ମାଡ କରି ଚାଲିଛି ମସ୍କୋ । ନାନା କଟକଣା ଲାଗିବା ସତ୍ତ୍ୱେ ବି ଋଷ ଆକ୍ରମଣରୁ ହଟୁନାହିଁ । ଏହାମଧ୍ୟରେ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମସ୍କୋ ବସ୍ ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଛନ୍ତି ।

ବାଇଡେନ୍ କହିଛନ୍ତି ଯେ, ପୁଟିନ ଅଧିକ ଦିନ କ୍ଷମତାରେ ରହିପାରିବେ ନାହିଁ । ୟୁକ୍ରେନ ସହ ଯୁଦ୍ଧରେ ସେ ପାରସ୍ତ ହେବେ । ଯାହା ମସ୍କୋ ଉପରେ ମଧ୍ୟ ଭବିଷ୍ୟତରେ ପ୍ରତିକୂଳ ପ୍ରଭାବ ପକାଇବ ।

ବାଇଜେନ୍ ଆହୁରି କହିଛନ୍ତି ଯେ, ବିଶ୍ୱ ଏକ ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ପୁଟିନ ଅଧିକ ଦିନ ନିଜର ଆଧିପତ୍ୟ ଜାହିର କରିପାରିବେ ନାହିଁ । ଏହା ଋଷ ପାଇଁ ଏକ ବଡ ବିଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ପୁଚିନ ନାଟୋ ଦେଶ ସୀମାରେ ପଶିବାକୁ ଚେଷ୍ଟା କରନ୍ତି ତେବେ ସେ ରକ୍ଷା ପାଇବେନି ।

ନାଟୋ ଦେଶକୁ ଅକ୍ତିଆର କରିବା କଥା ପୁଟିନ ଭୁଲିଯିବା ଦରକାର । ଏହାସହ ଋଷ ନାଗରିକ ତାଙ୍କ ଶତ୍ରୁ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।

   Related Posts