LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜର୍ଜିଆ ଓ ପେନସିଲଭାନିଆରେ ବିଡେନ ଅଗ୍ରଣୀ, ବଢିଲା ସୁରକ୍ଷା ବ୍ୟବସ୍ଥା

6/11/2020 at 11:00 PM

ୱାସିଂଟ ୬।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ ଫଳାଫଳ ଡେମୋକ୍ରାଟିକ ପ୍ରାର୍ଥୀ ବିଡେନଙ୍କ ସପକ୍ଷରେ ଯାଉଛି। ଶୁକ୍ରବାର ବିଡେନ ପେନସିଲଭାନିଆ ଓ ଜର୍ଜିଆରେ ବିଜୟ ଲାଭ କରିବା ପରେ ୟୁଏସ୍ ସିକ୍ରେଟ୍ ସର୍ଭିସ ତାଙ୍କ ସୁରକ୍ଷା ବଢାଇ ଦେଇଛନ୍ତି। ୨୬୪ ଇଲେକ୍ଟୋରାଲରେ ବିଜୟୀ ବିଡେନ ବିଜୟ ଲାଗି ନେଭେଡା ଉପରେ ନଜର ରଖିଥିବା ବେଳେ ଜର୍ଜିଆ ଓ ପେନସିଲଭାନିଆରୁ ଖୁସିଖବର ଆସିଛି।

ବିଡେନ ନଭେମ୍ବର ୪ ତାରିଖରୁ ନେଭେଡାରେ ଆଗରେ ରହିଛନ୍ତି। ଟ୍ରମ୍ପ ଓ ତାଙ୍କ ମଧ୍ୟରେ ଅନୁନ୍ୟ ୧୨ ହଜାରରୁ ଅଧିକ ଭୋଟ ଅନ୍ତର  ରହିଛି।  ଏଠାରେ ଏପର୍ଯ୍ୟନ୍ତ ୮୪ ପ୍ରତିଶତ ଭୋଟ ଗଣନା ସରିଥିବା ବେଳେ ଆହୁରି ୧୬ ପ୍ରତିଶତ ଭୋଟ ଗଣନା ବାକି ଅଛି। ଏଣୁ ଏଠାରେ ଏପର୍ଯ୍ୟନ୍ତ କାହାରିକୁ ବିଜେତା ଘୋଷିତ କରାଯାଇ ନାହିଁ। ତେବେ ଇତିମଧ୍ୟରେ ଜର୍ଜିଆରେ ୯୯ ପ୍ରତିଶତ ଭୋଟ ଗଣତି ସରିଛି। ବିଡେନ ୧ହଜାର ଭୋଟରେ ଅଗ୍ରଣୀ ଅଛନ୍ତି। ଏଠାରେ ଆବସେଣ୍ଟି ଭୋଟର ଗଣତି ସରିନି। ତେବେ ଜର୍ଜିଆ ସକ୍ରେଟାରୀ ଅଫ ଷ୍ଟେଟ୍‌ ଏଠାରେ ଭୋଟ ଦ୍ୱିତୀୟବାର ଗଣନା ହେବ ବୋଲି କହିଛନ୍ତି।

ୱାସିଂଟନ ପୋଷ୍ଟ ସୂଚନା ଅନୁସାରେ ବିଡେନଙ୍କୁ ଏବେଠୁ ଆମେରିକା ରାଷ୍ଟ୍ରପତିଙ୍କ ନଜରରେ ଦେଖାଗଲାଣି। ଏଥିଲାଗି ସିକ୍ରେଟ ସର୍ଭିସ ଡେଲାୱେରର ୱିଲିମିଙ୍ଗଟନକୁ ଅତିରିକ୍ତ ଏଜେଣ୍ଟସ୍ ପଠାଇଛି। ଡେମୋକ୍ରାଟିକ ପ୍ରାର୍ଥୀ ୱିଲିମିଂଟନ୍‌ କନଭେନସନ ସେଣ୍ଟରରେ ହୁଏତ ଆହୁରି ଦିନଟିଏ ଅବସ୍ଥାନ କରିପାରନ୍ତି। ସେହିପରି କ୍ୟାମ୍ପେନ ବିଡେନ୍‌ ଏବେ ସମ୍ଭାବିତ ବିଜୟ ଲାଗି ଭାଷଣ ପ୍ରସ୍ତୁତିରେ ବ୍ୟସ୍ତ। ସେପଟେ ବିଡେନଙ୍କ ବିଜୟ ଧିରେ ଧିରେ ସ୍ପଷ୍ଟ ହୋଇଆସୁଥିବା ବେଳେ ଫେଡେରାଲ ସରକାର ପାୱାର ଟ୍ରାଞ୍ଜିସନ ପ୍ରସ୍ତୁତିରେ ଲାଗିପଡିଲେଣି। ୱିଲମିଂଟନସ୍ଥିତ ବିଡେନଙ୍କ ଘରେ ଏକ ନ୍ୟାସନାଲ ଡିଫେନ୍ସ ଏୟାରସ୍ପେସ୍‌ ନିର୍ମାଣ କରାଯାଇଥିବା ଜଣାପଡିଛି। ତେବେ ବିଡେନଙ୍କୁ ଏବେ ନିର୍ବାଚିତ ରାଷ୍ଟ୍ରପତି ପରି ସୁରକ୍ଷା ମିଳିବନି। ହେଲେ ପରିସ୍ଥିତି ଦୃଷ୍ଟିରୁ ତାଙ୍କୁ ସେହି ଭଳି ସୁରକ୍ଷା କିନ୍ତୁ ଯୋଗାଇ ଦିଆଯାଇଛି।  

   Related Posts