ଖୁବ୍‌ ଖତରନାକ୍‌ ବାଇଡେନ୍‌ଙ୍କ କୁକୁର ‘କମାଣ୍ଡର’, ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟଙ୍କୁ କାମୁଡିଲାଣି ୨୪ଥର

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ ୨୩।୦୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ତାଙ୍କ ପୋଷା କୁକୁର ‘କମାଣ୍ଡର’ ଖୁବ୍‌ ଖତରନାକ୍‌ । ସେ ଗୋଟିଏ ବର୍ଷରେ କଲାଣି ୨୪ଥର ଆକ୍ରମଣ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆକ୍ରମଣର ଶିକାର ହୋଇଥିବା ସମସ୍ତେ ଆମେରିକୀୟ ସିକ୍ରେଟ୍ ସର୍ଭିସର ଏଜେଣ୍ଟ । ୨୦୨୩ରେ ଏହି ‘କମାଣ୍ଡର’ ଜଣେ ଏଜେଣ୍ଟକୁ କାମୁଡ଼ି ଗୁରୁତର ଆହତ କରିଥିଲା । ଏଜେଣ୍ଟଙ୍କର ଅବସ୍ଥା ବିଗିଡିଯାଇଥିଲା ।

{"id":912604,"sizeSlug":"full","linkDestination":"none"}

 ତେବେ ଘଟଣାର ଏକ ସପ୍ତାହ ପରେ ଅର୍ଥାତ୍‌ ଅକ୍ଟୋବର ୨୦୨୩ରେ ‘କମାଣ୍ଡର’କୁ ହ୍ବାଇଟ୍‌ ହାଉସ୍‌କୁ ବାହାର କରି ଦିଆଯାଇଥିଲା ।  ରିପୋର୍ଟ ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପରିବାରର କୁକୁର ‘କମାଣ୍ଡର’  ହ୍ବାଇଟ୍‌ ହାଉସ ଏବଂ ଅନ୍ୟାନ୍ୟ ସ୍ଥାନରେ ସିକ୍ରେଟ ସର୍ଭିସ ଏଜେଣ୍ଟମାନଙ୍କୁ ୨୪ ଥର କାମୁଡ଼ିଛି ।

{"id":912606,"sizeSlug":"full","linkDestination":"none"}

ତେବେ ରାଷ୍ଟ୍ରପତିଙ୍କ ‘କମାଣ୍ଡର’ ଏକ ଜର୍ମାନ ସେଫଡ୍‌ ପ୍ରଜାତିର ।  ଏହି କୁକୁର ଅକ୍ଟୋବର ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ଅତିକମରେ ୨୪ଥର କାମୁଡିଛି । କମାଣ୍ଡର କାମୁଡିଥିବା ଗୁପ୍ତ ସେବା ଏଜେଣ୍ଟମାନଙ୍କ ହାତ,ଗୋଡ, କାନ୍ଧ, କହୁଣୀ, ଅଣ୍ଟା, ଛାତି, ଜଙ୍ଘ ପରି ସ୍ଥାନକୁ କାମୁଡିଥିଲା ।

{"id":912607,"width":840,"height":473,"sizeSlug":"full","linkDestination":"none"}

ତେବେ ଜୁଲାଇରେ ହ୍ବାଇଟ୍‌ ହାଉସର ପକ୍ଷରୁ କୁହାଯାଇଥିଲା କି ବାଇଡେନ୍‌ଙ୍କ ପରିବାର ଗୃହପାଳିତ ପଶୁଙ୍କ ପାଇଁ ନୂଆ ଟ୍ରେନିଂ  ଏବଂ ପ୍ରୋଟକଲ୍‌ର ବ୍ୟବସ୍ଥା କରିଛନ୍ତି । ଆମେରିକାର ଫାଷ୍ଟ ଲେଡି ଏକ ବିବୃତିରେ କହିଥିଲେ କି ଲଗାତର ଭାବରେ କମାଣ୍ଡରର ତାଲିମ ଉପରେ କାମ କରାଯାଉଛି ।

{"id":912608,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବାଇଡେନ୍‌ଙ୍କ ଆଉ ଏକ କୁକୁର ‘ମେଜର୍‌’ ମଧ୍ୟ ହ୍ବାଇଟ୍‌ ହାଉସ୍‌ରେ ଅନେକ ଲୋକଙ୍କୁ କାମୁଡି ସାରିଛି । ତେବେ ‘କମାଣ୍ଡର’କୁ ରାଷ୍ଟ୍ରପତିଙ୍କ ଭାଇ ଏବଂ ଭାଉଜ ଗିଫ୍ଟରେ ଦେଇଥିଲେ । ଏହାପୂର୍ବରୁ ପରିବାରରେ ଏକ ବିରାଡି ମଧ୍ୟ ରହିଛି । ଯାହାର ନାଁ ଓ୍ବିଲୋ  । ବାଇଡେନ୍‌ଙ୍କ ପାଖରେ ପୂର୍ବରୁ ଚ୍ୟାମ୍ପ ନାମକ ଏକ ଜର୍ମାନୀ ସେଫଡ୍‌ କୁକୁର ରହିଥିଲା । ଯାହାର ମୃତ୍ୟୁ ୨୦୨୧ରେ ୧୩ ବର୍ଷ ବୟସରେ ହୋଇଥିଲା ।
You Can Read:

wp:embed {"url":"https://www.prameyanews7.com/worlds-biggest-snake-discovered-in-amazon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/worlds-biggest-snake-discovered-in-amazon/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.